ପାଟନାରେ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଏକ ପ୍ରତିମୂର୍ତ୍ତି ଆଜି ବିହାରର ପାଟନାରେ ଉନ୍ମୋଚିତ ହୋଇଛି। ଅରୁଣଙ୍କ ଜୟନ୍ତୀ ଉତ୍ସବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପ୍ରତିମୁର୍ତ୍ତି ଉନ୍ମୋ‌ଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅରୁଣ ଜେଟ୍‌ଲିଙ୍କ ପରିବାର ସଦସ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଉପସ୍ଥିତ ଥିଲେ। ଅରୁଣଙ୍କ ପୁଅ ରୋହନ ଜେଟ୍‌ଲି କହିଛନ୍ତି, ବିହାର ସହିତ ତାଙ୍କ ପିତାଙ୍କର ଗଭୀର ସଂଯୋଗ ରହିଥିଲା। ବିହାରରେ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅରୁଣଙ୍କର ବଳିଷ୍ଠ ଅବଦାନ ରହିଥିଲା। ଜେଟ୍‌ଲିଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ରାଜ୍ୟ ଉତ୍ସବ ଦିବସ ଭାବେ ପାଳନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର