ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସମୀକ୍ଷା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଲେ ନିତିଶ କୁମାର, କଡ଼ା ବିରୋଧର ସମ୍ମୁଖୀନ ହେଲେ

ମୁଜାଫରନଗର: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ମୁଜାଫରନଗର ଯାଇ ଶ୍ରୀ କ୍ରିଷ୍ଣା ମେଡିକାଲ୍‌ କଲେଜର ଚିକିତ୍ସିତ ହେଉଥିବା ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତଙ୍କୁ ଭେଟିବା ସବ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେଠାରେ ଗତ ୧୭ ଦିନ ମଧ୍ୟରେ ୮୯ ପିଲାଙ୍କର ଚମକୀ ଜ୍ୱର(ଏନ୍‌ସେଫାଲାଇଟିସ୍‌୍‌)ରେ ମୃତ୍ୟୁ ଘଟିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଛି। ନିତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁୁମାର ମୋଦୀ ମଧ୍ୟ ଯାଇଥିଲେ।

ନିତିଶ କୁମାର ଏସ୍‌କେଏମ ଭିତରକୁ ପ୍ରବେଶ କଲା ବେଳେ ବିରୋଧୀମାନେ ‘ନିତିଶ ହାୟ ହାୟ’, ‘ନିତିଶ ଫେରିଯାଅ’, ‘ପାଳିତ ମୁଖ୍ୟମନ୍ତ୍ରୀ ନିତିଶ’ ସ୍ଲୋଗାନ ଦେଇଥିଲେ।

ସେନା ଯବାନଙ୍କ ସୁରକ୍ଷା ବଳୟ ଭିତରେ ହସ୍ପିଟାଲ୍‌କୁ ଯାଇଥିବା ନିତିଶ ମୃତକଙ୍କ ପରିବାର ବା ସଂପର୍କୀୟଙ୍କ ସହ କୌଣସି କଥା ହୋଇନପାରି ଫେରି ଆସିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ନିତିଶଙ୍କୁ ଘେରି ଯାଇଥିଲେ ହସ୍ପିଟାଲ୍‌ ବାହାରେ।

ତେବେ, ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ନିତିଶ ଡାକ୍ତର ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକ ଡକାଇ କଥା ହେବେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର