ନୀତୀଶଙ୍କ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ : ତେଜସ୍ବୀ

ପଟନା : ଭାରତର ପ୍ରଧାନମନ୍ତ୍ରୀ ହେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କୌଣସି ଅଭିଳାଷ ନାହିଁ ଓ ସେ କେବ​ଳ ବିରୋଧୀ ଦଳଗୁଡ଼ିକ ମଧ୍ଯରେ ଏକତା ଆଣିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ।

ଆରଜେଡି ବିହାର ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ବୟାନକୁ ନେଇ ରାଜ୍ୟରେ ବିବାଦ ଦେଖାଦେଇଥିବାପରେ ବିବାଦକୁ ଶାନ୍ତି କରିବାକୁ ତେଜସ୍ବୀ ଏହି ବୟାନ ଦେଇଥିବା କୁହାଯାଉଛି ।

ସେ କହିଛନ୍ତି ନୀତୀଶ ହେଉଛନ୍ତି ବିହାରର ନେତା ଓ ସେ ଓ ଅନ୍ୟ ନେତାମାନେ ତାଙ୍କରି ଦିଗଦର୍ଶନରେ କାମ କରୁଛନ୍ତି । ତାଙ୍କର ଏକମାତ୍ର ଏଜେଣ୍ଡା ହେଉଛି ସବୁ ବିରୋଧୀ ଦଳଙ୍କୁ ଏକାଠି କରିବା ଓ ସେଥିପାଇଁ ସେ କାମ କରୁଛନ୍ତି ଯେପରିକି ୨୦୨୪ରେ ବିଜେପି ବିରୋଧରେ ଏକ ଭଲ ବିପକ୍ଷ ଛିଡ଼ା କରିହେବ। ଭାରତର ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର କୌଣସି କୌଣସି ଅଭିଳାଷ ନାହିଁ ।

ସୂଚନାଯୋଗ୍ୟ ଯେ, ଆରଜେଡି ନେତା ସିଂ କହିଥିଲେ ଯେ ଦେଶ ନୀତିଶ କୁମାରଙ୍କୁ ଅପେକ୍ଷା କରିଥିବାବେଳେ ବିହାର ତେଜସ୍ୱୀଙ୍କୁ ସିଏମ ହେବାକୁ ଅପେକ୍ଷା କରିଛି ।

“ନୀତୀଶ କୁମାର ଯାହା ବି କୁହନ୍ତୁ, , ମୁଁ ବିଶ୍ୱାସ କରେ ଯେ ସେ ୨୦୨୨ ପରେ କେନ୍ଦ୍ରକୁ ଯିବେ ଓ  ୨୦୨୩ ରେ ବିହାରର ଭବିଷ୍ୟତକୁ ତେଜସ୍ୱୀ ଯାଦବଙ୍କୁ ସମର୍ପି ଦେବେ ।

ସିଂ କହିଥିଲେ, “ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ସର୍ବୋଚ୍ଚ ଏବଂ ତେଜସ୍ୱୀ ଏହାକୁ ଆହୁରି ଆଗକୁ ନେବେ । ଦେଶ ନୀତୀଶ କୁମାରଙ୍କୁ ଅପେକ୍ଷା କରିଛି ଏବଂ ବିହାରର ଲୋକମାନେ ତେଜସ୍ୱୀ ଯାଦବଙ୍କୁ ଅପେକ୍ଷା କରିଛନ୍ତି ।”

ସମ୍ବନ୍ଧିତ ଖବର