ନୂଆଦିଲ୍ଲୀ : ବିହାରରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପ୍ରବଳ ପଥର ମାଡ଼ ହୋଇଥିଲା। ଏହି ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବକ୍ସାର ଜିଲ୍ଲାର ନନ୍ଦନ ଅଞ୍ଚଳରେ ରାଜ୍ୟସ୍ତରୀୟ ବିକାଶ ‘ସମୀକ୍ଷା ଯାତ୍ରା’ ସମୟରେ ନୀତୀଶଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଏହାଦ୍ୱାରା ନୀତୀଶଙ୍କ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ନନ୍ଦନ ଗ୍ରାମରେ ନୀତୀଶ ଏକ ଦଳିତ ବସ୍ତିକୁ ଯିବାପାଇଁ ଚାହୁଁଥିଲେ ଏବଂ ଏହାକୁ ନେଇ ଅସମ୍ମତି ପ୍ରକାଶ ପାଇବା ଫଳରେ ନୀତୀଶଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଘଟଣାଟି କେହରା ବ୍ଲକ୍ର ସୁଲିନ୍ଦାବାଦ୍ ଗ୍ରାମରେ ଘଟିଛି। ରାଜ୍ୟ ସରକାରଙ୍କ ବିକାଶ ଯୋଜନା ନେଇ ଗତ ଡିସେମ୍ବର ୧୨ ତାରିଖରୁ ନୀତୀଶ ରାଜ୍ୟସ୍ତରୀୟ ଯାତ୍ରାରେ ବାହାରିଛନ୍ତି।
ନୀତୀଶଙ୍କ ଗାଡ଼ି ଉପରକୁ ଆକ୍ରମଣ
/sambad/media/post_attachments/wp-content/uploads/2018/01/nitish-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)