ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଚାରୋଟି ମନ୍ତ୍ରଣାଳୟ ଚାହୁଁଛି ଜେଡିୟୁ!

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ସହ ଆଗାମୀ ରଣନୀତି ନେଇ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଦଳ ୪ଟି ମନ୍ତ୍ରାଳୟ ଚାହୁଁଥିବା ନେଇ ସୂତ୍ରରୁ ଜଣାପଡିଛି |

ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ ଆଜି ସୂଚାଇ ଦେଇଛି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଚାରିଟି ମନ୍ତ୍ରାଳୟ ପାଇବାକୁ ଚାହୁଁଛନ୍ତି। ଦଳର ସୂତ୍ରରୁ ପ୍ରକାଶ ଯେ, ଦଳ ଜିତିଥିବା ଲୋକସଭା ଆସନ ସଂଖ୍ୟା ଅନୁଯାୟୀ ମନ୍ତ୍ରାଳୟ ଦିଆଯିବା ଉଚିତ। ବିଜେପିର ୧୭ ଜଣ ସାଂସଦ ଅଛନ୍ତି, ଯାହା ଅନୁଯାୟୀ ସେମାନଙ୍କର ପାଞ୍ଚ ଜଣ ମନ୍ତ୍ରୀ ରହିବା ଉଚିତ। ଆମର ୧୬ ଜଣ ସାଂସଦ ଅଛନ୍ତି, ତେଣୁ ଚାରିଜଣ ମନ୍ତ୍ରୀ ହେବା ଉଚିତ।”

complaint will be heard again in bihar cm nitish kumar janata darbar date  will be announced soon - सीएम नीतीश के जनता दरबार में फिर से सुनी जाएगी  फरियाद, तारीख का ऐलान
Hindustan

ଉଲ୍ଲେଖଯୋଗ୍ୟ, ଦ୍ୱିତୀୟ ପାଳିର ଦୁଇବର୍ଷ ପୂର୍ତ୍ତି ପରେ ଗତ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା କରିଥିଲେ । ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବା ବେଳେ ଏକ ଡଜନରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱ ରହିଛି । ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ ହାଲୁକା କରିବା ସହ ରାଜନୈତିକ ଦୃଷ୍ଟିକୋଣକୁ ଆଖିରେ ରଖି ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ୮୧ ଯାଏ ସଂପ୍ରସାରଣ କରାଯାଇ ପାରିବ । ମନ୍ତ୍ରିମଣ୍ଡଳରେ କେତେକ ନୂଆ ସାଂସଦଙ୍କୁ ସାମିଲ କରାଯାଇପାରେ, ଆଉ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର