ନର୍ମଦାପୁରମ୍: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମହିଳାଙ୍କ ବିଷୟରେ ବିବାଦୀୟ ବିବୃତି ଉପରେ ତାଙ୍କର ମତ ରଖିଛନ୍ତି। ସେ ନିତିଶଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟାର୍ଗେଟ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନର୍ମଦାପୁରମ୍ ଜିଲ୍ଲାରେ ଏକ ରାଲିରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସ୍ମୃତି ଇରାନୀ ଗଣମାଧ୍ୟମକୁ କହିଛନ୍ତି ଯେ ‘‘ନୀତୀଶ କୁମାରଙ୍କ ବିବୃତି, କଂଗ୍ରେସ ନେତୃତ୍ୱାଧୀନ ମିଳିତ ମେଣ୍ଟ ‘ଇଣ୍ଡିଆ’ର ସଂସ୍କୃତିକୁ ପ୍ରତିଫଳିତ କରୁଛି।’’
ସେ କହିଛନ୍ତି ଆହୁରି ବି କହିଛନ୍ତି କି ଗାନ୍ଧୀ ପରିବାରର ନୀରବତା ଏକ ସୂଚକ ଯେ ସେମାନେ ନୀତୀଶଙ୍କ ଏହି ସଂସ୍କାରକୁ ସମର୍ଥନ କରନ୍ତି। ବିଧାନସଭା ଭିତରେ ନୀତୀଶଙ୍କ ସହଯୋଗୀମାନେ ମଧ୍ୟ ତାଙ୍କ ବିବୃତ୍ତିରେ ହସୁଥିଲେ। ଯେତେବେଳେ ମେଣ୍ଟ ଦଳର ଜଣେ ନେତା ମହିଳାଙ୍କ ସମ୍ମାନକୁ ଚ୍ୟାଲେଞ୍ଜ କରିଥିଲେ ସେତେବେଳେ କଂଗ୍ରେସର ନୀରବ ରହିବା ଅସଙ୍ଗତ ବୋଲି ସ୍ମୃତି ମତ ବ୍ୟକ୍ତ କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ସ୍ମୃତି କହିଛନ୍ତି, "ମଧ୍ୟପ୍ରଦେଶର ଲୋକମାନେ କିନ୍ତୁ ନିର୍ବାଚନରେ ଏହି ମେଣ୍ଟ ଦଳକୁ ଉପଯୁକ୍ତ ଜବାବ ଦେବେ। ଏହା ସ୍ପଷ୍ଟ ହୋଇଛି ଯେ କ୍ଷମତା ପାଇଁ କଂଗ୍ରେସ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି।"
ଉଲ୍ଲେଖଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦେଇ ବିହାରର ମୁଖ୍ୟମନ୍ତ୍ରୀ କିପରି ଜଣେ ଶିକ୍ଷିତ ମହିଳା ଶାରୀରିକ ସଂପର୍କ ପାଇଁ ସ୍ୱାମୀଙ୍କୁ ଅଟକାଇ ପାରିବେ ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି କଥାକୁ ନେଇ ଚାରିଆଡ଼େ ବିବାଦ ହେବା ପରେ ସେ ବିହାର ବିଧାନସଭାର ଉଭୟ ଗୃହ ତଥା ବାହାରେ ତାଙ୍କ ମନ୍ତବ୍ୟ ପାଇଁ ବୁଧବାର କ୍ଷମା ମାଗିଥିଲେ।