ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଏବେ ବିଜେପି ବିରୋଧରେ ଏକାଠି ହେବାକୁ ଅଂଟା ଭିଡ଼ିଲେଣି ବିରୋଧୀ ଦଳ | ତେବେ ବିରୋଧୀ ଦଳମାନଙ୍କୁ ଗୋଟିଏ ମଞ୍ଚକୁ ଆଣି ଏକତ୍ର ଲଢ଼ିବାର ପ୍ରୟାସରେ ଲାଗିପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର | ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୨ ତାରିଖରେ ନୀତୀଶ ବିହାରର ପାଟନାରେ ଏକ ବୈଠକ ଡ଼କାଇଛନ୍ତି | ମିଳିଥିବା ସୂଚନା ମୁତାବକ ବିଜେପିକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଦଳର ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯିବ | ଜୁନ୍ ୧୨ରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଦ୍ୱାରା ଏହି ବୈଠକ ଡକାଯାଇଛି, ଯେଉଁଥିରେ ୨୪ଟି ବିରୋଧୀ ଦଳ ଯୋଗ ଦେବାର ସମ୍ଭାବନା ରହିଛି | ବାସ୍ତବରେ ନୀତୀଶ କିଛିଦିନ ହେଲା ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ସେଠାରେ ଥିବା ଦଳର ନେତାମାନଙ୍କୁ ଭେଟୁଛନ୍ତି, ଯେଉଁମାନେ ବିଜେପି ବିରୋଧରେ ଲଢେଇ ପାଇଁ ରାଜି ଅଛନ୍ତି |
ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ନୀତୀଶ ଏପର୍ଯ୍ୟନ୍ତ ୧୮ଟି ଦଳ ସହିତ ଆଲୋଚନା କରିସାରିଛନ୍ତି ଓ ଅବଶିଷ୍ଟ ଦଳଗୁଡିକ ସହ କିଛି ଦିନ ମଧ୍ୟରେ ଆଲୋଚନା କରିବେ। ଜଣେ ଜେଡିୟୁ ନେତା କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି | ଜୁନ୍ ୧୨ରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅତି କମରେ ୨୪ଟି ରାଜନୈତିକ ଦଳ ଭାଗନେବେ ବୋଲି ଆଶା କରାଯାଉଛି। ଜେଡିୟୁ ୧୮ଟି ଦଳ ସହ ଆଲୋଚନା କରିଛି, ଅବଶିଷ୍ଟ ୬ଟି ଦଳ ସହ କିଛି ଦିନ ମଧ୍ୟରେ ଆଲୋଚନା ହେବ। ଜେଡିୟୁ ନେତା କହିଛନ୍ତି ଯେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଜେଡିୟୁ ଚିନ୍ତା କରୁନାହିଁ। ବିରୋଧୀ ଦଳର ଜଣେ କିମ୍ବା ଦୁଇଜଣ ବରିଷ୍ଠ ନେତାଙ୍କୁ ମିଳିତ ମଞ୍ଚର ମଧ୍ୟସ୍ଥତା ପାଇଁ ମନୋନୀତ କରାଯିବ ଯେଉଁମାନେ ସମସ୍ତ ଅଣ-ଏନଡିଏ ଦଳ ସହ ଆଲୋଚନା କରିବେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/nitish.jpg)