ପାଟନା: ବିଜେପି ନେତୃତ୍ବାଧୀନ ଏନ୍ଡିଏ ବିହାରରେ ବିପୁଳ ବିଜୟ ହାସଲ କରିଛି। ୪୦ ଆସନରୁ ୩୯ଟିରେ ଏନ୍ଡିଏର ବିଜୟ ହୋଇଛି। ଅନ୍ୟପକ୍ଷେ ବିରୋଧୀ ଦଳ ଗୁଡ଼ିକ ଧ୍ବସ୍ତ ହୋଇ ଯାଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ଏକାକୀ ନିର୍ବାଚନ ଲଢ଼ି କେବଳ ଦୁଇଟି ଆସନ ଜିତିଥିଲା। ଅନ୍ୟପକ୍ଷେ ବିଜେପି ଏହାର ମେଣ୍ଟ ସହଯୋଗୀ ଆରଏସଏଲ୍ପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି) ଏବଂ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ସହ ମିଶି ରାଜ୍ୟରେ ୪୦ ଆସନରୁ ୩୧ଟିରେ ବିଜୟୀ ହୋଇଥିଲା। ତେବେ ୨୦୧୯ରେ ଜେଡିୟୁ ବିଜେପି ଏବଂ ଏଲ୍ଜେପି ସହ ଏନ୍ଡିଏରେ ସାମିଲ ହେବାପରେ ସମୀକରଣ ବଦଳିଗଲା। ନୀତୀଶଙ୍କ ନେତୃତ୍ବରେ ରାଜ୍ୟରେ ଏନ୍ଡିଏକୁ ବଡ଼ ଧରଣର ବିଜୟ ହାସଲ ହୋଇଛି। ବିହାରର ପ୍ରମୁଖ ଆସନ ଗୁଡ଼ିକ ମଧ୍ୟରେ ବେଗୁସରାଇ ଆସନରେ ବିଜେପି ପ୍ରାର୍ଥୀ ଗିରିରାଜ୍ ସିଂହ ପ୍ରତିଦ୍ବନ୍ଦ୍ବୀ କହ୍ନେୟାଙ୍କଠାରୁ ୩୧୬୨୬୦ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି। ପାଟନା ସାହେବରେ ମଧ୍ୟ ବିଜେପି ପ୍ରାର୍ଥୀ ରବିଶଙ୍କର ପ୍ରସାଦ କଂଗ୍ରେସର ଶତ୍ରୁ୍ଘ୍ନ ସିହ୍ନାଙ୍କୁ ପରାଜିତ କରିଛନ୍ତି।। ପୁର୍ବତନ ଜେଡିୟୁ ନେତା ଶରଦ ଯାଦବ ମାଧେପୁର ଲୋକସଭା ଆସନରେ ଆରଜେଡି ଟିକଟରେ ନିର୍ବାଚନ ଲଢ଼ିଥିବାବେଳେ ଏହି ଆସନରେ ସେ ଦିନେଶ ଚନ୍ଦ୍ର ଯାଦବଙ୍କଠାରୁ ୪୦,୦୦୦ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି।
ବିହାରରେ ନୀତୀଶ ନେତା ନମ୍ବର ୱାନ୍
/sambad/media/post_attachments/wp-content/uploads/2019/05/nitish-kumar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)