ମଦ ଚୋରାବେପାର ଛାଡ଼ିଲେ ଲକ୍ଷେ ଟଙ୍କା ଦେବେ ନୀତୀଶ ସରକାର

ପଟନା : ବିହାରରେ ମଦ୍ୟପାନ ଉପରେ  ଲାଗୁ ନିଷେଧାଜ୍ଞାକୁ ଆହୁରି କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଯେଉଁମାନେ ମଦ ଚୋରା ବ୍ୟବସାୟ ଛାଡ଼ିଦେବେ ସେମାନଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଦେବେ । ଏହି ଅଫ କେବଳ ମଦ ବେପାରୀ ନୁହେଁ, ତାଡ଼ି ବେପାରୀଙ୍କ ପ୍ରତି ବି ଲାଗୁ ହେବ ।

ବିହାରରେ ମଦ ନିଷିଦ୍ଧ ଆଇନ ୨୦୧୬ ରେ କାର୍ଯ୍ୟକାରୀ ହୋଇଥିଲା । ଏହା ସତ୍ତ୍ବେ ରାଜ୍ୟରେ ମଦ ଚୋରାବେପାର ବଢିଯାଇଛି । ସେହିଦିନଠାରୁ  ପ୍ରାୟ ଚାରି ଲକ୍ଷ ଲୋକଙ୍କୁ ମଦ ଚୋରାକାରବାର ଓ ସେବନ ଅଭିଯୋଗରେ ଗିରଫ କରାଯାଇଛି ।

ସେ କହିଛନ୍ତି, ନିଶାମୁକ୍ତ ଦିବସ ଅବସରରେ ଆସନ୍ତୁ ସମସ୍ତ ପ୍ରକାରର ଔଷଧରୁ ମୁକ୍ତି ପାଇବା ଏବଂ ଏକ ସମୃଦ୍ଧ, ସୁସ୍ଥ ଏବଂ ସୁଖୀ ବିହାର ପାଇଁ ଏକ ନିଶାମୁକ୍ତ ସମାଜ ଗଠନ କରିବା ।

“ଆମେ ବିହାରରେ ମଦ ନିଷେଧାଜ୍ଞାକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରୁଛୁ। ସ୍ଥାୟୀ ଜୀବିକା ଯୋଜନା ଅଧୀନରେ ମଦ ବ୍ୟବସାୟ ସହ ଜଡିତ ଲୋକଙ୍କୁ ଆଉ ଏକ କର୍ମସଂସ୍ଥାନ ଆରମ୍ଭ କରିବା ପାଇଁ ସହାୟତା ଦିଆଯାଉଛି । ବହୁ ସଂଖ୍ୟକ ଲୋକ ଏହାର ଫାଇଦା ଉଠାଇଛନ୍ତି ବୋଲି ନୀତିଶ କହିଛନ୍ତି ।

 

ସମ୍ବନ୍ଧିତ ଖବର