କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଅଡୁଆ କମିବାର ନାମ ନେଉନାହିଁ | ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟସ ଆୟର ଏହି ସିଜିନରୁ ବାଦ ପଡିଥିବାବେଳେ ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି | ଅନ୍ୟପଟେ କେକେଆର ଦଳର ବ୍ୟାଟ୍ସମ୍ୟାନ ନୀତୀଶ ରାଣା ମଧ୍ୟ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳର ଖେଳାଳିମାନେ ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି |
ତେବେ ଅଭ୍ୟାସ ସମୟରେ ନୀତୀଶ ରାଣାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି | ନେଟରେ ବ୍ୟାଟିଂ ଅଭ୍ୟାସ ସମୟରେ ରାଣା ଆହତ ହୋଇଥିଲେ। ଉଲ୍ଲେଖ ଥାଉ କି କୋଲକାତା ନାଇଟ୍ ରାଇଡର୍ସ ଦଳ ପ୍ରଥମ ମ୍ୟାଚ ଏପ୍ରିଲ୍ ୧ରେ ମୋହାଲି ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍ସ ଦଳ ବିପକ୍ଷରେ ଖେଳିବ। ଏହା ପରେ ଦଳ ୬ ଏପ୍ରିଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ କେକେଆର ଦଳକୁ ମଧ୍ୟ ତାଙ୍କ ଦଳର ନୂତନ ଅଧିନାୟକ ଘୋଷଣା କରିବାକୁ ପଡିବ, ଯେଉଁଥିରେ ନୀତୀଶ ରାଣାଙ୍କ ବ୍ୟତୀତ ସୁନୀଲ ନାରିନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ନାମ ଆଗରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/1943888-nitish-rana-bcci.jpg)