ନୀତିଶ ମୋ ବଙ୍ଗଳାରେ ଭୂତ ଛାଡ଼ିଛନ୍ତି: ଲାଲୁଙ୍କ ପୁଅ

ପାଟନା: ବିହାର ମନ୍ତ୍ରୀ ପଦରୁ ହଟିବାର ଛଅ ମାସ ପରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବ କହିଛନ୍ତି, ତାଙ୍କୁ ତଡ଼ିବାରୁ ମୁଖ୍ୟମନ୍ତ୍ରୀ ନୀତିଶ ଭୂତମାନଙ୍କୁ ଛାଡ଼ିବାରୁ ସେ ଗତ ସପ୍ତାହରେ ସରକାରୀ ବାସଭବନ ଛାଡ଼ି ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ରବିବାର ଦିନ ତେଜ କହିଲେ, ନୀତିଶ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦି ଭୂତମାନଙ୍କୁ ଛାଡ଼ିଥିବା କାରଣରୁ ମୁଁ ବଙ୍ଗଳା ଛାଡ଼ିବାକୁ ନିଷ୍ପତ୍ତି ନେଲି। ମୋ ଠାରେ ଭୂତ ଲାଗୁଛନ୍ତି।

ଅକ୍ଟୋବର-ନଭେମ୍ବର ୨୦୧୫ ନିର୍ବାଚନ ପରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ୩, ଦେଶରତ୍ନ ମାର୍ଗରେ ଅବସ୍ଥିତ ଏହି ବଙ୍ଗଳା ତାଙ୍କୁ ଦିଆଯାଇଥିଲା। ଆର୍‌ଜେଡି, ଜେଡିୟୁ (ୟୁ) ଏବଂ କଂଗ୍ରେସଙ୍କର ଏହି ମହାମେଣ୍ଟ ୨୪୩ ବିଧାନସଭା ଆସନରୁ ୧୭୮ ଆସନ ଜଣିଥିଲା। ବିଜେପିକୁ ମିଳିଥିଲା ୫୩ଟି ଆସନ।

ପ୍ରାୟ ୨୦ ମାସ ପରେ, ନୀତିଶ ଦୁଇ ଦଳ ଠାରୁ ଭିନ୍ନ ହୋଇ ଗତବର୍ଷ ଜୁଲାଇ ୨୭ ତାରିଖ ଦିନ ବିଜେପି ସହ ମେଣ୍ଟ କରିଥିଲେ। ଅଗଷ୍ଟ ମାସରେ ରାଜ୍ୟ ଗୃହନିର୍ମାଣ ବିଭାଗ ପୂର୍ବତନ ଆର୍‌ଜେଡି ଏବଂ କଂଗ୍ରେସ୍‌ ମନ୍ତ୍ରୀମାନଙ୍କୁ ନୋଟିସ ପଠାଇଲା ସରକାରୀ ବାସ ଭବନ ଛାଡ଼ିବାକୁ।
ଯୋଗକୁ ତେଜ ମଧ୍ୟ ଧାର୍ମିକ ଏବଂ ଅନ୍ଧବିଶ୍ୱାସୀ। ବିଶେଷ ସୂତ୍ରରୁ ପ୍ରକାଶ ଗତ ଜୁନ୍‌ ମାସରେ କେନ୍ଦ୍ରୀୟ ଏଜେନ୍‌ସି ତାଙ୍କ ପରିବାର ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବାବେଳେ ସେ ବଙ୍ଗଳାରେ ଦୁଷ୍ମନ୍‌ ମାରଣ ଜପ ଆୟୋଜନ କରିଥିଲେ। ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସେ ବଙ୍ଗଳାର ଦକ୍ଷିଣ ପଟକୁ ଥିବା ଫାଟକ ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ।

ଆର୍‌ଜେଡି ମୁଖପାତ୍ର ଶକ୍ତି ସିଂହ ଯାଦବ କହିଛନ୍ତି, ଦ୍ୱିତୀୟ ନୋଟିସ୍‌ ପାଇବା ପରେ ତେଜ ବଙ୍ଗଳା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଅକ୍ଟୋବର ମାସରେ ଆସିଥିବା ନୋଟିସ୍‌ରେ ଉଲ୍ଲେଖ ଥିଲା କି, ଯଦି ସେ ଘର ନ ଛାଡ଼ନ୍ତି ବେଆଇନ ରହଣି କାଳ ପାଇଁ ତାଙ୍କୁ ଘରଭଡ଼ା ମୂଲ୍ୟର ୧୫ ଗୁଣ ଜରିମାନା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର