ଟିକଟ କଟିବା ପାଇଁ ନୀତୀଶ କୁମାରଙ୍କୁ ଦାୟୀ କଲେ ଶାହନୱାଜ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ତଥା କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ଶାହାନୱାଜ ହୁସେନ୍‌ଙ୍କୁ ଦଳ କୌଣସି ଆସନରୁ ବି ପ୍ରାର୍ଥୀ କରି ନାହିଁ। ଏହାକୁ ନେଇ ହୁସେନ୍‌ ନିଜର ପ୍ରତିକ୍ରିୟାରେ କହିଛନ୍ତି ଜେଡିୟୁ ତାଙ୍କର ଟିକେଟ୍‌ କାଟିଛି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଦୋଷ ଦେଇ ସେ କହିଛନ୍ତି ଯେ ଆସନ ବଣ୍ଟନ ବେଳେ ନୀତୀଶ ଯେଉଁ ରଣନୀତି ଧରିଥିଲେ ତାହା ତାଙ୍କ ବିରୋଧରେ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଶାହାନାବାଜ୍‌ ହୁସେନ୍‌ ଗତ ଲୋକସଭା ନିର୍ବାଚନରେ ଭାଗଲପୁର ଆସନରୁ ନିର୍ବାଚନ ଲଢି ହାରିଯାଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଦଳ ଭାଗଲପୁର ଆସନକୁ ଜେଡିୟୁକୁ ଦେଇଛି।ଅପରପକ୍ଷରେ ହୁସେନଙ୍କୁ ଟିକଟ ନ ମିଳିବା ଦେଖି ତାଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ହୁସେନ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କର୍ମୀମାନଙ୍କୁ ବୁଝାଇଛନ୍ତି ଯେ ସେ କେନ୍ଦ୍ର ନିର୍ବାଚନ ସମିତିର ସଦସ୍ୟ,ଏଣୁ ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ।

ସମ୍ବନ୍ଧିତ ଖବର