ଦଳରେ ଯିଏ ରହିବା କଥା ରହ, ନଚେତ…ଉପେନ୍ଦ୍ରଙ୍କୁ ଏଭଳି ଶୁଣାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାର ରାଜନୀତିରେ ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପେନ୍ଦ୍ର କୁଶୱାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି | ଏବେ ନୀତିଶ କୁମାର ଏବଂ ଉପେନ୍ଦ୍ର କୁଶୱାଙ୍କ ମଧ୍ୟରେ ପରୋକ୍ଷରେ ପରସ୍ପର ବିରୋଧରେ ବୟାନ ଯୁଦ୍ଧ ତୀବ୍ର ଧରିଛି | ଗତକାଲି ଉପେନ୍ଦ୍ର କୁଶୱା ଟ୍ୱିଟ୍ କରି ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିବାବେଳେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁହଁତୋଡ ଜବାବ ଦେଇଛନ୍ତି | ନୀତିଶ କହିଛନ୍ତି ଯେ ଯଦି ସେ (ଉପେନ୍ଦ୍ର କୁଶୱା) ପାର୍ଟିରେ ରହିବାକୁ ଚାହାଁନ୍ତି, ତେବେ ଏହା ବହୁତ ଭଲ ଏବଂ ଯଦି ସେ ଚାଲିଯିବେ ତେବେ ଏହା ତାଙ୍କ ଇଚ୍ଛା | ନୀତିଶ କୁମାର ଉପେନ୍ଦ୍ର କୁଶୱାଙ୍କ ନାମ ନ ନେଇ କହିଛନ୍ତି ଯେ କେହି ଗଣମାଧ୍ୟମକୁ ବୟାନ ଦେଉଛନ୍ତି ତ କେହି ଟ୍ୱିଟ୍ କରି କହୁଛନ୍ତି ।

ନୀତିଶ କହିଛନ୍ତି ଯେ ଯିଏ ଦଳ ମଧ୍ୟରେ କହେ, ତାଙ୍କ ସହ ଅନ୍ୟମାନେ କଥା ହୁଅନ୍ତି | ମୁଁ ତାଙ୍କ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେବିନାହିଁ | ଯଦି ଗଣମାଧ୍ୟମରେ କିଛି ଆସେ, ତେବେ ମୋର ଏହା ଉପରେ କିଛି କହିବାର ନାହିଁ | ଉଲ୍ଲେଖ ଥାଉ କି ଗତକାଲି ଉପେନ୍ଦ୍ର ଟ୍ୱିଟ କରି କହିଥିଲେ ଯେ, ଭାଇ ତୁମେ ବହୁତ ଭଲ କଥା କହିଛ। ଯଦି ବଡ ଭାଇ କହିବା ପରେ ସାନଭାଇ ଘରୁ ପଳାଇ ଯାଉଥାନ୍ତା, ତେବେ ପ୍ରତ୍ୟେକ ବଡ ଭାଇ ସାନ ଭାଇକୁ ଘରୁ ତଡି ଦେଇ ବାପା ଏବଂ ଜେଜେବାପାଙ୍କର ସମସ୍ତ ସମ୍ପତ୍ତି ହଡପ କରିନିଅନ୍ତେ | ନିଜ ଭାଗ ଛାଡି କିପରି ପଳାଇବି’ ? ସୂଚନା ଥାଉ କି ଯେ କିଛିଦିନ ହେଲା ଉପେନ୍ଦ୍ର କୁଶୱାଙ୍କ ଅସନ୍ତୋଷକୁ ନେଇ ଜେଡିୟୁରେ ଜୋରଦାର ଆଲୋଚନା ହେଉଛି |

ସମ୍ବନ୍ଧିତ ଖବର