ଦେଶରେ କୌଣସି କାମ ହେଉନି, କେବଳ ବିଜ୍ଞାପନ ହେଉଛି : ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସେ ନିଜର ରାଜନୈତିକ କ୍ୟାରିୟରରେ କୌଣସି ପ୍ରସଙ୍ଗରେ ଅନାବଶ୍ୟକ ମନ୍ତବ୍ୟ ଦେଇନାହିଁ କିମ୍ବା ହସ୍ତକ୍ଷେପ କରିନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ  ଯାହା ମନକୁ ଆସୁଛି କହନ୍ତି, ଏହା ତାଙ୍କର ଅଭ୍ୟାସ । ସେମାନେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବାକୁ ଦିଅନ୍ତୁ। କିନ୍ତୁ ଏହା ସତ ଯେ କୌଣସି କାମ ହେଉନାହିଁ, କେବଳ ବିଜ୍ଞାପନ ହେଉଛି ।

ନୀତୀଶ କୁମାର ଓ ବିଜେପି ମଧ୍ୟରେ ଶତ୍ରୁତା ଓ ବନ୍ଧୁତାର କାହାଣୀ ନୂଆ ନୁହେଁ। ବିହାର ମହାମେଣ୍ଟକୁ ଯିବା ପୂର୍ବରୁ ନୀତୀଶ ବିଜେପି ସହ ମିଶି ସରକାର ଗଠନ କରିଥିଲେ। ପୂର୍ବରୁ ସେ ମହାମେଣ୍ଟରେ ଥିଲେ, କିନ୍ତୁ ଆରଜେଡି ଛାଡି ବିଜେପି ସହ ସରକାର ଗଠନ କରିଥିଲେ । ଆସନ୍ତା ବର୍ଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ମଧ୍ୟରେ ଏହି ମୁକାବିଲା ହେବ।

ଗତ ମାର୍ଚ୍ଚ ୨୮ ତାରିଖରେ ଦିଲ୍ଲୀରେ ନୂଆ କୋଠା ଉଦଘାଟନ କରିବା ପରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ଯେ କିଛି ଦଳ ମିଳିତ ଭାବେ ଦୁର୍ନୀତି ଅଭିଯାନ ଆରମ୍ଭ କରିଛନ୍ତି। ଦୁର୍ନୀତିଗ୍ରସ୍ତ ବନ୍ଧୁମାନେ ଏକାଠି ହୋଇଛନ୍ତି। ଦୁର୍ନୀତି ବନ୍ଦ ହେଲେ ହିଁ ଦେଶ ଆଗକୁ ବଢ଼ିବ। କୌଣସି ପରିସ୍ଥିତିରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବ ନାହିଁ।

ସମ୍ବନ୍ଧିତ ଖବର