ନୀତୀଶ ସାନି ନିର୍ବାଚନ ଲୋଡ଼ିବାର ଥିଲା: ପ୍ରଶାନ୍ତ

ପାଟନା: ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସ ଓ ଆରଜେଡି ସହ କରିଥିବା ମହାମେଣ୍ଟ ଛାଡ଼ି ଏନଡିଏରେ ସାମିଲ ହେବା ଘଟଣାକୁ ନିର୍ବାଚନ ରଣନୀତିକାର ତଥା ଜେଡିୟୁ ଜାତୀୟ ଉପସଭାପତି ପ୍ରଶାନ୍ତ କିଶୋର ନାପସନ୍ଦ କରିଛନ୍ତି। ବରଂ ୨୦୧୭ ମସିହାରେ ଏପରି ନିଷ୍ପତ୍ତି ନେବା ଆଗରୁ ନୀତୀଶ ବିହାରରେ ସାନି ନିର୍ବାଚନ କରାଇବା ଠିକ୍ ହୋଇଥାନ୍ତା ବୋଲି ପ୍ରଶାନ୍ତ କିଶୋର ମତ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ସ୍ବାର୍ଥ ଦୃଷ୍ଟିରୁ ପରିବର୍ତ୍ତିତ ପରିସ୍ଥିତିରେ ନୀତୀଶଙ୍କର ଏନଡିଏରେ ସାମିଲ ହେବା ଫଳପ୍ରଦ ନିଶ୍ଚୟ। ମାତ୍ର ଯେଭଳି ଢଙ୍ଗରେ ସେ ମହାମେଣ୍ଟରୁ ଓହରି ଆସି ବିଜେପି ନେତୃତ୍ବାଧୀନ ଏନଡିଏକୁ ଆପଣେଇଲେ ତାହା ଗ୍ରହଣୀୟ ନୁହେଁ ବୋଲି ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର