ତେଜସ୍ୱୀ ଯାଦବଙ୍କ ଅଭିଯୋଗ: ନିତିଶ ମୋ ଖାଦ୍ୟରେ ବିଷମିଶାଇବାକୁ ଉଦ୍ୟମ କରୁଛନ୍ତି

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ଯାଦବଙ୍କ ପୁତ୍ର ତେଜସ୍ୱୀ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଖାଦ୍ୟରେ ବିଷମିଶାଇ ତାଙ୍କୁ ଜୀବନରେ ମାରିଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏକାଧିକ ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କ ଭାବମୂର୍ତ୍ତି ଖରାପ କରିବା ସହ ତାଙ୍କ ଖାଦ୍ୟରେ ବିଷ ମିଶାଇ ଜୀବନରେ ମାରିଦେବାକୁ ନିତିଶ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ସେ କେତେକ ଗୁପ୍ତଚରଙ୍କୁ କାମରେ ଲଗାଇଛନ୍ତି ବୋଲି ତେଜସ୍ୱୀ କହିଛନ୍ତି । ନିତିଶ ସରକାରର କୁଶାସନ ବିରୋଧରେ ସେ ଆରମ୍ଭ କରିଥିବା ସମ୍ବିଧାନ ବଚାଓ ନ୍ୟାୟ ଯାତ୍ରାକୁ ମିଳୁଥିବା ପ୍ରବଳ ଜନସମର୍ଥନକୁ ଦେଖି ନିତିଶ ଭୟଭୀତ ହୋଇପଡିଛନ୍ତି । ଏଣୁ ନିତିଶ ଏପରି ଷଡ଼ଯନ୍ତ୍ର କରୁଛନ୍ତି ।

କିଛିଦିନ ତଳେ ତାଙ୍କ ବଡ଼ ଭାଇ ତେଜପ୍ରତାପ କହିଥିଲେ ଯେ ନିତିଶ ତାଙ୍କ ସରକାରୀ ବାସଭବନରେ ଭୁତ ଛାଡ଼ି ଦେଇଛନ୍ତି । ଏଣୁ ସେ ସରକାରୀ ବାସଭବନ ଛାଡିଦେବାକୁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର