ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏ ଛାଡ଼ି ଆର୍ଜେଡି ସହ ହାତ ମିଳାଇବା ପରେ ତାଙ୍କ ୨୦୨୪ ଲକ୍ଷ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ନୀତୀଶ ୨୦୨୪ରେ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଇତି ମଧ୍ୟରେ ନୀତୀଶଙ୍କ ଦଳ ମଧ୍ୟ ଆଜି ଏହି ପ୍ରସଙ୍ଗରେ ଏକ ଟିପ୍ପଣୀ ରଖିଛି। ଜେଡିୟୁ ସଭାପତି ଲଳନ ସିଂହ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ନୀତୀଶଙ୍କ ମୁଖ୍ୟ ଲକ୍ଷ୍ୟ। ଆସନ୍ତା ସପ୍ତାହରେ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ହେବାପରେ ନୀତୀଶ ଦିଲ୍ଲୀ ଯାଇ ବିରୋଧୀ ଦଳ ନେତାମାନଙ୍କୁ ଭେଟିବେ। ତେବେ ଯଦି ବିରୋଧୀ ଦଳମାନେ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ଚାହିବେ ତେବେ ଏହା ସମ୍ଭବ ହୋଇପାରିବ ବୋଲି ଲଳନ ସିଂହ କହିଛନ୍ତି।
ନୀତୀଶ ବିଜେପି ସହ ମେଣ୍ଟ ଭାଙ୍ଗି ବିହାରରେ ମହାମେଣ୍ଟ ସରକାର ଗଠନ କରିବାପରେ ଅନେକ ବିରୋଧୀ ଦଳ ନେତା ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିବା ଲଳନ ସିଂହ କହିଛନ୍ତି। ତେବେ ଆଗକୁ ସମସ୍ତ ବିରୋଧୀ ଦଳ ଏକାଠି ବସି ଆଗାମୀ ଲୋକସଭା ନିର୍ବାଚନରେ ମୋଦୀଙ୍କ ବିରୋଧରେ କିଏ ଲଢ଼ିବ ସେ ନିଷ୍ପତ୍ତି ନେବା ଉଚିତ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jdu-1.jpg)