ଦିଲ୍ଲୀ ନିର୍ବାଚନରେ ଲାଗିବ ବିହାର ତଡକା, ନୀତିଶଙ୍କ ସହ ପ୍ରଚାର କରିବେ ଅମିତ ଶାହା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି | ଦିଲ୍ଲୀ ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ପ୍ରଚାର କରିବେ | ନୀତିଶ କୁମାର ଶାହାଙ୍କ ସହ ଫେବୃୟାରୀ ୨ ତାରିଖରେ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ପ୍ରଚାର କରିବେ | ଏହା ସହ ଦିଲ୍ଲୀର ସଙ୍ଗମ ବିହାର ଅଂଚଳରେ ମଧ୍ୟ ଭାରତୀୟ ଜନତା ପାର୍ଟି ଓ ନୀତିଶ କୁମାରଙ୍କର ୪ଟି ଜନସଭାର ଆୟୋଜନ କରାଯାଇଛି |

photo–dnaindia

ନୀତିଶ କୁମାର, ଅମିତ ଶାହା ଓ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମିଶି ରାଲି କରିବେ | କୁହାଯାଉଛି ବିଜେପି ପ୍ରତି ସମର୍ଥନ ଯୋଗାଡ ସହ ଓ ଦିଲ୍ଲୀରେ ଥିବା ବିହାର ଲୋକଙ୍କ ମନ ଜିତିବାକୁ ନୀତିଶ ପ୍ରଚାର କରିବାକୁ ଆସିବେ |

ଏଠାରେ ସୂଚନା ଥାଉ କି ଜେଡିୟୁ ପକ୍ଷରୁ ଦିଲ୍ଲୀର ସଙ୍ଗମ ବିହାର ଆସନ ପାଇଁ କ୍ୟାନ୍ସର ବିଶେଷଜ୍ଞ ତଥା ପୂର୍ବତନ ବିଧାୟକ ଡାକ୍ତର ଏସସିଏଲ ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି | ବଡ କଥା ଯେ ନୀତିଶ ସିନା ଶାହାଙ୍କ ସହ ମିଶି ପ୍ରଚାର କରିବେ ଅନ୍ୟପଟେ କିନ୍ତୁ ଜେଡିୟୁର ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟିର ରଣନୀତି ପ୍ରସ୍ତୁତ କରୁଛନ୍ତି |

ସମ୍ବନ୍ଧିତ ଖବର