ଆଉ କେବେ ଲାଲୁଙ୍କୁ ଫୋନ କରିବେ ନାହିଁ ନିତିଶ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ଭଲମନ୍ଦ ପଚାରିବା ବି ଭୁଲ । ଏକଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । କିଛିଦିନ ତଳେ  ସେ ଲାଲୁପ୍ରସାଦ ଯାଦବଙ୍କୁ ଫୋନ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । କିନ୍ତୁ ଏହାକୁ ଭଲ ଅର୍ଥରେ ନେଇ ନଥିଲେ ଲାଲୁଙ୍କ ଦୁଇ ପୁଅ ତେଜସ୍ୱୀ ଓ ତେଜପ୍ରତାବ ଯାଦବ । ନିତିଶ ପୁଣି ଥରେ ମହାଗଠବନ୍ଧନକୁ ଫେରିବାକୁ ଯୋଜନା କରୁଛନ୍ତି । ସେଥିପାଇଁ ସେ ଏହି ଫୋନ କରିଛନ୍ତି । କିନ୍ତୁ ତାଙ୍କ ପାଇଁ ମହାଗଠବନ୍ଧନର ବାଟ ବନ୍ଦ କରିଦିଆଯାଇଛି । ସେ ଚାହିଁଲେ ମଧ୍ୟ ଆସିପାରିବେ ନାହିଁ ବୋଲି ତେଜସ୍ୱୀ କହିଥିଲେ । ଆଜି ନୂଆଦିଲ୍ଲୀରେ ଜେଡିୟୁର ଜାତୀୟ ଅଧିବେଶନ ଚାଲିଥିବାବେଳେ ଏ ସଂପର୍କରେ ନିତିଶଙ୍କୁ ପଚରା ଯିବାରୁ କହିଥିଲେ ଯେ ଆଜିକାଲି ଲୋକଙ୍କ ଭଲମନ୍ଦ ପଚାରିବା ଭୁଲ । ମୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରିବାକୁ ଫୋନ କରିଥିଲି, ସେଥିରେ ରାଜନୀତି କିଛି ନଥିଲା । କିନ୍ତୁ ଏଥର ସେ ଆଉ ଫୋନ କରିବେ ନାହିଁ । ସମ୍ବାଦପତ୍ର ଓ ଟିଭିରୁ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବେ ବୋଲି ନିତିଶ କହିଛନ୍ତି ।

ସମ୍ବନ୍ଧିତ ଖବର