ଏହା ମୋର ଶେଷ ନିର୍ବାଚନ: ଏପରି କହି ଭୋଟରଙ୍କୁ ଭାବପ୍ରବଣ କରାଇଲେ ନୀତୀଶ କୁମାର

ପାଟ୍‌ନା: ବିହାର ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଧମଦାହାରେ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପାଇଁ ଜନସଭାକୁ ସମ୍ବୋଦ୍ଧିତ କରିବା ବେଳେ ସେ କହିଛନ୍ତି କି ଏହା ମୋର ଶେଷ ନିର୍ବାଚନ । ଏହା ପରେ ସେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ମୋ ଜୀବନର ଶେଷ ନିର୍ବାଚନ ଭଲ ହେବା ଦରକାର । କାରଣ ଶେଷ ନିର୍ବାଚନ ଭଲ ହେଲେ ବାକି ଜୀବନ ମୁଁ ଶାନ୍ତିରେ ବଞ୍ଚି ପାରିବି ।

ବିନା ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କ ଏଭଳି ବୟାନ ତାଙ୍କ ପ୍ରଶଂସକ ମାନଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ଏହା ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଷିତ କରିବା ପାଇଁ ନୀତୀଶ କୁମାର ଏଭଳି କହିଛନ୍ତି ବୋଲି ବିରୋଧୀ ମାନେ ଅଭିଯୋଗ କରିଛନ୍ତି ।  ବିହାର ନିର୍ବାଚନ ପାଇଁ ୨ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି । ଆସନ୍ତା ୭ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ହେଲେ ସରିଥିବା ୨ ଟି ପର୍ଯ୍ୟାୟ ମତଦାନରେ ମହାଗଠବନ୍ଧନ ଏନଡିଏକୁ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଏଥିରେ ବିଚଳିତ ହୋଇ ନୀତୀଶ ଏଭଳି କହୁଥିବା କଥା ବିରୋଧୀ ଦଳ ଅଭିଯୋଗ ଆଣିଛି।

ସମ୍ବନ୍ଧିତ ଖବର