ପାଟନା: କଂଗ୍ରେସ ତୁରନ୍ତ ବିରୋଧୀ ମେଣ୍ଟରେ ଯୋଗ ଦେବାପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆହ୍ବାନ ଦେଇଛନ୍ତି। ନୀତୀଶ କହିଛନ୍ତି, ଭାରତ ‌ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ଆଦୌ ବିଶ୍ରାମ ନେବା ଉଚିତ ନୁହେଁ। ବିଜେପି ବିରୋଧରେ ବିରୋଧୀଦଳଙ୍କ ମେଣ୍ଟ ଖୁବ୍‌ଶୀଘ୍ର ଗଠନ ହେବା ଉଚିତ। ଏହା ଦ୍ବାରା ହିଁ ଲୋକସଭାରେ ୩୦୦ରୁ ଅଧିକ ଆସନ ପାଇଥିବା ବିଜେପିକୁ ୨୦୨୪ ନିର୍ବାଚନରେ ୧୦୦ରୁ କମ୍‌ ଆସନକୁ ଖସାଇ ହେବ। ନୀତୀଶ କହିଛନ୍ତି, କଂଗ୍ରେସରେ ମୋର ବନ୍ଧୁମାନଙ୍କୁ ମୁଁ ଏହା କହୁଛି ଯେ ଯାତ୍ରା ଖୁବ୍‌ ଭଲ ହେଲା। କିନ୍ତୁ ସେମାନେ ସେତିକିରେ ଅଟକିଯିବା ଉଚିତ ନୁହେଁ।