ପାଟନା : ବିହାର ରାଜନୀତି ଗତ କିଛି ଦିନହେଲା ସରଗରମ ହୋଇଚାଲିଛି । ଗତ କାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ବୟାନ ପରେ ଆଜି ଜିତନରାମ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତୀଶଙ୍କ ଖାଦ୍ୟରେ ବିଷ ମିଶାଯାଉଛି ।

Advertisment

ସେ କହିଛନ୍ତି ଯେ ଷଡଯନ୍ତ୍ରର ଏକ ଅଂଶ ଭାବରେ ନୀତୀଶ କୁମାରଙ୍କୁ ଖାଦ୍ୟ ରେ ବିଷାକ୍ତ ପଦାର୍ଥ ମିଶାଯାଉଛି । ସେଥିପାଇଁ ସେ ମହାବୀର ଚୌଧୁରୀଙ୍କ ବଦଳରେ ଅଶୋକ ଚୌଧୁରୀଙ୍କୁ ଫୁଲ ଅର୍ପଣ କରୁଛନ୍ତି। ନୀତୀଶ ଜୀ ଯେଉଁଭଳି ଭାବରେ ବୟାନ ଦେଉଛନ୍ତି, ସେଥିରୁ ଲାଗୁଛି ତାଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି।

ଜିତନ ରାମ ମାଝୀ କହିଛନ୍ତି ଯେ ବାସ୍ତବରେ ବିହାରରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି ଏବଂ ତାଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଯାଉଛି ।

ଗତ ଗୁରୁବାର ଗୃହ ଭିତରେ ନିଜର ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜିତନ ରାମ ମାଝୀଙ୍କ ଉପରେ ଖୁବ୍ ରାଗିଯାଇଥିଲେ। ଏହି ସମୟରେ ସେ ମାଝୀଙ୍କୁ କଡ଼ା ସମାଲୋଚନା କରିବା ସହ ତାଙ୍କ ଉପରେ ବର୍ଷିଥିଲେ। ନୀତୀଶ କୁମାର କହିଛନ୍ତି ଯେ ମୋର ମୁର୍ଖତା ଯୋଗୁଁ ଜିତନ ରାମ ମାଝୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ରାଜ୍ୟପାଳ ହେବାକୁ ବିଜେପି ପଛରେ ବୁଲୁଛନ୍ତି ।