ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ ) ସଭାପତି ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରସ୍ତାବିତ ରାଜ୍ୟୱାରୀ ଯାତ୍ରା ‘ମହିଳା ସମ୍ବାଦ ଯାତ୍ରା’କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି।  ଲାଲୁଙ୍କ ଟିପ୍ପଣୀ ମହିଳାମାନଙ୍କ ପ୍ରତି ଏକ ଅପମାନ ବୋଲି ବିଜେପି ଏବଂ ଜେଡିୟୁ କହିଛି।  ନୀତୀଶ କୁମାରଙ୍କ ‘ମହିଳା ସମ୍ବାଦ ଯାତ୍ରା’ ପ୍ରସଙ୍ଗ‌ରେ ଲାଲୁଙ୍କୁ ପ୍ରଶ୍ନ କରାଯିବାରୁ  ସେ  କହିଛନ୍ତି, ନୀତୀଶ କୁମାର ମହିଳାଙ୍କୁ ଆସକ୍ତ ନଜରରେ ଦେଖିବାକୁ  ଯାଉଛନ୍ତି।  ଲାଲୁଙ୍କ ଏହି ଟିପ୍ପଣୀକୁ ନେଇ ବଡ଼ ବିବାଦ ହୋଇଛି।

Advertisment

ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମ୍ରାଟ ଚୌଧାରୀ କହିଛନ୍ତି, ଆମେ ଜାଣିଥିଲୁ ଯେ ଲାଲୁଙ୍କ ସ୍ବାସ୍ଥ୍ୟ ଠିକ୍‌ ନଥିଲା, କିନ୍ତୁ ଆଜି ସେ ଜଣାଇ ଦେଲେ ଯେ ତାଙ୍କ ମାନସିକ ସ୍ବାସ୍ଥ୍ୟ ବି ଠିକ୍‌ ନାହିଁ।  ବିହାର ବିଜେପି ସଭାପତି ଦିଲୀପ ଜୈସ୍ବାଲ କହିଛନ୍ତି, ଲାଲୁ ଯାଦବ ମୁଖ୍ୟମନ୍ତ୍ରୀଙ୍କ ବି‌ରୋଧରେ ଏଭଳି ଟିପ୍ପଣୀ ଦେଇ ମହିଳାମାନଙ୍କୁ ଅପମାନିତ କରିଛନ୍ତି। ତାଙ୍କ ମାନସିକତା ଏଥିରୁ ଜଣାପଡ଼ୁଛି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ଲାଲୁଙ୍କ ଟିପ୍ପଣୀକୁ ତୀବ୍ର ବିରୋଧ କରିବା ସହ କହିଛନ୍ତି, ‘ଛି ! ଛି! ଛି!।