ନିଟ୍‌ ପରୀକ୍ଷା ଫଳ ରାଜସ୍ଥାନର ନଳିନ ଖଣ୍ଡେଲୱାଲ୍‌ ଟପର୍‌

ଜୟପୁର: ନିଟ୍‌ -୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଜୟପୁରର ନଳିନ ଖଣ୍ଡେଲୱାଲ୍‌ ୭୦୧ ନମ୍ବର ରଖି ନିଟ୍‌ ଟପର୍‌ ହୋଇଛନ୍ତି। ଖଣ୍ଡେଲୱାଲ୍‌ଙ୍କ ପରେ ଦିଲ୍ଲୀର ଭାବିକ ବଂସଲ ଏବଂ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ୭୦୦ ନମ୍ବର ରଖି ଯଥାକ୍ର‌ମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ତେଲେଙ୍ଗାନାର ମାଧୁରି ରେଡ୍ଡି ସବୁଠୁ ଅଧିକ ନମ୍ବର ରଖି ସର୍ବ ଭାରତୀୟସ୍ତରରେ ସପ୍ତମ ସ୍ଥାନରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ମେଡିକାଲ ଏବଂ ଡେଣ୍ଟାଲ୍‌ କଲେଜଗୁଡ଼ିକରେ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ କୋର୍ସରେ ନାମଲେଖା ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ( ନିଟ୍‌ ) ପରିଚାଳନା ହେଉଛି। ଗତ ମେ’ ୫ ଏବଂ ୨୦ ତାରିଖରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନିଟ୍‌ ପରୀକ୍ଷା ହୋଇଥିଲା। ୧୧ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା। ଏଥିରେ ୧୪,୧୦, ୭୫୫ ଆବେଦନକାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭,୯୭,୦୪୨ ଜଣ ନିଟ୍‌ କ୍ବାଲିଫାଏ କରିଛନ୍ତି।

ସମ୍ବନ୍ଧିତ ଖବର