ପାଟନା: ବିହାରରେ ଶାସକ ଜେଡିୟୁ ଏବଂ ସହଯୋଗୀ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଏବେ କଳହ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନୁଭବ କରୁଛନ୍ତି ଯେ ସହଯୋଗୀ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ତାଙ୍କର ଅବସ୍ଥା ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମୁୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭଳି ହେବ ବୋଲି ଭାବି ନୀତୀଶ ଚିନ୍ତାରେ ପଡ଼ିିଯାଇଥିବା ଚର୍ଚ୍ଚା ହେଉଛି। ନୀତୀଶଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି।  ଏହା ମଧ୍ୟ ଖବରରେ ଆସିବା‌ ଆରମ୍ଭ ହୋଇଛି କି ନୀତୀଶ ଆରଜେଡି ଓ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବାକୁ ଉଦ୍ୟମ କରୁଛନ୍ତି।

Advertisment

ଉଦ୍ଧବ ଠାକରେଙ୍କ ପରି ନୀତୀଶ କୁମାର ମଧ୍ୟ ଜଣେ ଆଞ୍ଚଳିକ ନେତା ଯିଏକି ନିଜ ସରକାର ଉପରେ ବିପଦ ଆସନ୍ନ ବୋଲି ଅନୁଭବ କରୁଛନ୍ତି। ମେଣ୍ଟ ସହଯୋଗୀ ବିଜେପିର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତନ ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ପାଇଁ ହୋଇଥିଲା। ବିଜେପି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ଏକନାଥ ସିନ୍ଦେ ଶିବସେନାରେ ଏକ ପ୍ରମୁଖ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହା ଦ୍ବ‌ାରା ଉଦ୍ଧବ ଠାକରେ ମୁୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ଉଦ୍ଧବଙ୍କ ପରି ନୀତୀଶ କୁମାରଙ୍କ ଦଳ ମଧ୍ୟ ବିରୋଧୀ ଦଳ ସହ ମେଣ୍ଟ କରିବାକୁ ବିଜେପି ହାତ ଛାଡିଥିଲେ। ପାର୍ଥକ୍ୟ ହେଉଛି ଯେ, ମେଣ୍ଟ କରିବା ପରେ ନୀତୀଶ ବିରୋଧୀ ଦଳ ସହ ମେଣ୍ଟ ଭାଙ୍ଗି ୨୦୧୭ରେ ବିଜେପି ସହ ହାତ ମିଳାଇଥିବା ବେଳେ ଉଦ୍ଧବ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପି ସହ ମେଣ୍ଟ କରିବାକୁ ବିଜେପି ହାତ ଛାଡିଥିଲେ। ତେବେ ଉଦ୍ଧବଙ୍କ ଘନିଷ୍ଠ ସହଯୋଗୀ ପାଇଁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ହାତରୁ ଚାଲିଯାଇଥିବା ବେଳେ ନୀତୀଶଙ୍କ ସହ ସମାନ ଘଟଣା ଘଟିପାରେ ବୋଲି ଏବେ ଚିନ୍ତାରେ ପଡ଼ିଛନ୍ତି ନୀତୀଶ। ଦଳରେ ରହି ବିଜେପି ପାଇଁ କାମ କରୁଥିବା ସନ୍ଦେହ କରି ଆରସିପି ସିଂହଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନୀତୀଶଙ୍କ ଚିନ୍ତା ବଢ଼ିଛି।