ଚେନ୍ନାଇ: ବାତ୍ୟା ‘ନିଭାର’ ଗତକାଲି ମଧ୍ୟରାତ୍ରିରେ ପୁଡ଼ୁଚେରୀଠାରୁ ୩୦ କିମି ଉତ୍ତରରେ ମରାକ୍କନମ୍ ଉପକୂଳ ସହର ନିକଟରେ ସ୍ଥଳଭାଗ ଛୁଇଁଥିଲା। ରାତି ୨.୩୦ ସମୟରେ ବାତ୍ୟା ମାଡ଼ ହେବା ସହ ଘଣ୍ଟାପ୍ରତି ପବନର ବେଗ ୧୩୦ କିମି ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗଛ ଓ କାନ୍ଥ ପଡ଼ିଯିବାରୁ ତାମିଲନାଡ଼ୁରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାତ୍ୟା ନିଭାର ଏବେ ଦୁର୍ବଳ ହୋଇ କର୍ଣ୍ଣାଟକ ଅଭିମୁଖେ ବଢ଼ୁଛି। ତାମିଲନାଡ଼ୁରେ ଯଥାସାଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ ହୋଇଥିବାରୁ ଜୀବନହାନି ଖୁବ୍ କମ୍ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ସହର ଜଳବନ୍ଦୀ ହୋଇଯାଇଛି। ତେବେ ଆଜି ଅପରାହ୍ନରେ ମେଟ୍ରୋ ଏବଂ ବସ୍ ସେବା ପୁଣି ଆରମ୍ଭ ହୋଇଛି। ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ହୋଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାମିଲନାଡ଼ୁ ଏବଂ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ କେନ୍ଦ୍ରଠାରୁ ସବୁ ପ୍ରକାର ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡିଏମ୍କେ ସଭାପତି ଏମ୍କେ ଷ୍ଟାଲିନ୍ ମଧ୍ୟ ଆଜି ଚେନ୍ନାଇର ଭେଲାଚେରି ଗସ୍ତ କରିଛନ୍ତି ଏବଂ ସ୍ଥିତି ସମୀକ୍ଷା କରିଛନ୍ତି। ପୁଡ଼ୁଚେରୀରେ ପ୍ରବଳ ବର୍ଷା ହୋଇଛି। ପୁଡ଼ୁଚେରୀ ମଧ୍ୟ ଗତକାଲିଠାରୁ ୨୦ ସିମିରୁ ଅଧିକ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଏବଂ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jdgjdg4j5dg4jdg7j89dg7j8dggdjgjgjgjdgj.jpg)