ଟରୋଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପୃକ୍ତି ଥିବା ନେଇ ମିଛ ଖବର କାନାଡା ଗଣମାଧ୍ୟମ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଜାତୀୟ ସୁରକ୍ଷା ଅଧିକାରୀଙ୍କୁ ଏଥିପାଇଁ କଡ଼ା ସମାଲୋଚନା କରିବା ସହ ଗଣମାଧ୍ୟମର ଭୁଲ୍ ତଥ୍ୟ ଉପସ୍ଥାପନକୁ ନିନ୍ଦା କରିଛନ୍ତି। ଗଣମାଧ୍ୟମକୁ ଆଧାରହୀନ ଓ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଧିକାରୀମାନେ ‘ଅପରାଧୀ’ ବୋଲି ଟ୍ରୁଡୋ କହିଛନ୍ତି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ସହ ଶୀର୍ଷ ଭାରତୀୟ ନେତାମାନଙ୍କୁ ଯୋଡ଼ିବା ନେଇ କାନାଡାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଭାରତ-କାନାଡା ସମ୍ପର୍କରେ ଆହୁରି ତିକ୍ତତା ସୃଷ୍ଟି କରିବା ପରେ ଟ୍ରୁଡୋ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି।
ବ୍ରାମ୍ପଟନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆମେ ଦେଖିଛୁ ଯେ ଗଣମାଧ୍ୟମକୁ ଗୁପ୍ତ ତଥ୍ୟ ଲିକ୍ କରୁଥିବା ଅପରାଧୀମାନେ କ୍ରମାଗତ ଭାବରେ ଦେଶ ପ୍ରତି କ୍ଷତି ପହଞ୍ଚାଉଛନ୍ତି। ଆମେ ବିଦେଶୀ ହସ୍ତକ୍ଷେପ ନେଇ ଜାତୀୟ ସ୍ତରରେ ତଦନ୍ତ କରିଥିଲୁ, କିନ୍ତୁ କିଛି ଅଧିକାରୀ ଅପରାଧୀଙ୍କ ଭଳି ସୂଚନା ଲିକ୍ କରିଛନ୍ତି ଏବଂ ଭିତ୍ତିହୀନ ତଥ୍ୟ ରଖି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ କାନାଡାର ଏକ ପ୍ରମୁଖ ଗଣମାଧ୍ୟମ ଜଣେ ଜାତୀୟ ସୁରକ୍ଷା ଅଧିକାରୀଙ୍କ ବୟାନକୁ ଆଧାର କରି କହିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜାରକୁ ହତ୍ୟା ଷଡ୍ଯନ୍ତ୍ର ବିଷୟରେ ଜାଣିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା ବୋଲି ମିଛ ରିପୋର୍ଟ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/5jS14gNPqXBgfZWxJ5iJ.jpeg)