ନୂଆଦିଲ୍ଲୀ : ନିଜାମୁଦ୍ଦିନରେ ତବଲିଗ୍ ଜମାତ୍ ସମ୍ମିଳନୀ ଏବଂ କରୋନାକୁ ନେଇ କେତେକ ଟିଭି ଚାନେଲ ଯେଭଳି ଖବର ପରିବେଷଣ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଭାରତୀୟ ପ୍ରେସ କାଉନସିଲକୁ ନୋଟିସ ଜାରି କରିଛନ୍ତି। କେବଲ ଟେଲିଭିଜନ ନେଟୱର୍କ ଆଇନ ଅନୁସାରେ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେସଂପର୍କରେ ଦୁଇ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜମିଅତ୍ ଉଲେମା ଏ ହିନ୍ଦ୍ ପକ୍ଷରୁ ଆଗତ ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଏହି ନୋଟିସ ଜାରି କରିଛନ୍ତି।
ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ ଆଜି ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ଏଭଳି ପ୍ରସଙ୍ଗ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ। ଏହି ମାମଲାରେ ନ୍ୟୁଜ୍ ବ୍ରଡକାଷ୍ଟିଙ୍ଗ କର୍ପୋରେସନକୁ ମଧ୍ୟ କୋର୍ଟ ପକ୍ଷଭୁକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଜମିଅତ୍ ପକ୍ଷରୁ ଆଗତ ପିଟିସନରେ କୁହାଯାଇଛି ଯେ ତବଲିଗ୍ ସମାବେଶକୁ ନେଇ କେତେକ ଟିଭି ଚାନେଲ ସାଂପ୍ରଦାୟିକ ଢଙ୍ଗରେ ଖବର ପରିବେଷଣ କରିଥିଲେ। ସେମାନେ ସମଗ୍ର ମୁସଲିମ ସଂପ୍ରଦାୟକୁ ବଦନାମ କରି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପିଟିସନରେ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/SUPREMECOURT.jpg)