ଭାରତ ସରକାରଙ୍କ ବଡ ସଫଳତା ! ହିଂସା ଛାଡି ମୁଖ୍ୟଧାରାରେ ସାମିଲ ହେବାକୁ ରାଜିହେଲା ତ୍ରିପୁରାର ଆତଙ୍କବାଦୀ ସଂଗଠନ ଏନଏଲଏଫଟି-ଏସଡି

ଗୌହାଟୀ : ତ୍ରିପୁରାରେ ଭାରତ ସରକାରଙ୍କୁ ଏକ ବଡ଼ ସଫଳତା ମିଳିଛି । ବିଗତ ତିନି ଦଶନ୍ଧି ଧରି ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ତ୍ରିପୁରା ଜାତୀୟ ମୁକ୍ତି ସାମୁଖ୍ୟ ( ଏନଏଲଏଫଟି-ଏସଡି) ହିଂସାଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଭାରତ ସରକାରଙ୍କ ସହ ଚୁକ୍ତି କରିଛି । ଆଜି ଏହି ଚୁକ୍ତି ଏନଏଲଏଫଟି-ଏସଡି, ଭାରତ ସରକାର ଓ ତ୍ରିପୁରା ସରକାରଙ୍କ ମଧ୍ୟରେ ହୋଇଛି । ଏହି ବୁଝାମଣା ଅନୁସାରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ରାଜି ହୋଇଛି ଏନଏଲଏଫଟି-ଏସଡି । ସଂଗଠନର ୮୮ ଜଣ କ୍ୟାଡର ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବେ ଓ ସେମାନଙ୍କୁ ସରକାରଙ୍କ ତରଫରୁ ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରଦାନ କରାଯିବ । ଏହାଛଡା ଆଦିବାସୀ ଅଂଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ସରକାର ରାଜି ହୋଇଛନ୍ତି ।

ସବୀର କୁମାର ଦେବରମାଙ୍କ ନେତୃତ୍ୱାଧୀନ ଏନଏଲଏଫଟି-ଏସଡିକୁ ଭାରତ ସରକାର ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ୧୯୯୭ରୁ ନିଷିଦ୍ଧ କରିଥିଲେ । ଏହି ସଂଗଠନ ସୀମା ସେପଟେ ମ୍ୟାମାରରେ ନିଜର କ୍ୟାମ୍ପ କରି ଭାରତୀୟ ସେନା ଉପରେ ଆକ୍ରମଣ କରୁଥିଲା । ୨୦୦୫ରୁ ୨୦୧୫ ମଧ୍ୟରେ ଏହି ସଂଗଠନର ଆକ୍ରମଣରେ ୨୮ ସୁରକ୍ଷା ବଳ ଓ ୬୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର