ନୂଆଦିଲ୍ଳୀ: ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଯାନ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଯାନ ମାଲିକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ଦିନ ସୁପ୍ରିମକୋର୍ଟ କହିଛନ୍ତି। ଚାରି ସପ୍ତାହ ପରେ କୋର୍ଟ ପୁଣି ଥରେ ମାମଲାର ଶୁଣାଣି କଲେ ଯାଇ ନିଷ୍କ୍ରସ ବାହାରିବ। ଅଦାଲତ ମାମଲାର ଶୁଣାଣି ନ କରିବା ପର୍ଯ୍ୟନ୍ତ ଏହି ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ବଳବତ୍ତର ରହିବ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ୨୦୧୮ ମସିହାରେ ଦିଲ୍ଲୀ-ଏନସିଆରରେ ଏପରି ଯାନଗୁଡ଼ିକୁ ନିଷେଧ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଆବେଦନର ପୁନର୍ବିଚାର କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଖଣ୍ଡପୀଠକୁ କହିଥିଲେ ଯେ ଏହି ପ୍ରସଙ୍ଗର ପୁନର୍ବିଚାର ଆବଶ୍ୟକ। ସେ ଯୁକ୍ତି ଦେଇଥିଲେ ଯେ ବ୍ୟକ୍ତିଗତ ମାଲିକାନାରେ ଥିବା ଯାନବାହନ କମ୍ ବ୍ୟବହାର କରାଯାଇପାରେ।
ତେବେ ଏହାକୁ ନେଇ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି ବିନୋଦ କେ. ଚନ୍ଦ୍ରନ ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କି ଅନ୍ୟପକ୍ଷର ଶୁଣାଣି ନକରି କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/12/new-project-31-1-2025-08-12-19-05-30.jpg)