ଅନିଲ ଅମ୍ବାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ : କଳାଧନ ନିରୋଧୀ ଆଇନ ଅନୁସାରେ ଶିଳ୍ପପତି ଅନିଲ ଅମ୍ବାନିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବମ୍ବେ ହାଇକୋର୍ଟ ମନା କରିଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି। ଟିକସ ଠକେଇ କରି ବିଦେଶରେ କଳାଧନ ଜମା ରଖିଥିବା ନେଇ ଅନିଲଙ୍କ ବିରୋଧରେ ଅଭିଯୋଗ ରହିଛି। କଳାଧନ ନିୟମ ଆଧାରରେ ଟିକସ ବିଭାଗ ତାଙ୍କୁ ଅଗଷ୍ଟ ୮ରେ ନୋଟିସ୍ ପଠାଇଥିଲେ। ତାଙ୍କୁ ୪୨୦ କୋଟି ଟଙ୍କାର ଟିକସ ଜମା କରିବାକୁ କୁହାଯାଇଛି। ସ୍ବିସ୍‌ ବ୍ୟାଙ୍କର ଦୁଇଟି ଖାତାରେ ତାଙ୍କର ୮୧୪ କୋଟି ଟଙ୍କା ଜମା ଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର