ସିଲଂ: ମେଘାଳୟର ଜୟନ୍ତିଆ ହିଲ୍ସ ଅଞ୍ଚଳରେ ଅବସ୍ଥିତ ବେଆଇନ କୋଇଲା ଖଣିରେ ଫସିଥିବା ୧୫ ଜଣ ଶ୍ରମକିଙ୍କୁ ଜୀବିତ ଉଦ୍ଧାର କରିବାପାଇଁ ଚାଲିଥିବା ପ୍ରୟାସକୁ ବଡ଼ ଝଟ୍କା ଲାଗିଛି। ଗତକାଲିଠାରୁ ବ୍ୟାପକ ପ୍ରୟାସ ସତ୍ତ୍ବେ ନୌସେନା ବୁଡ଼ାଳିମାନେ ପାଣି ଭର୍ତ୍ତି ହୋଇଥିବା ଖଣିରେ ପଶିବାକୁ ସକ୍ଷମ ହୋଇନାହାନ୍ତି। ନୌସେନାର ୧୫ ଜଣ ଏବଂ ଓଡ଼ିଶା ଅଗ୍ନିସେବା ସଂସ୍ଥାର ୨୧ ଜଣ ବୁଡ଼ାଳି ଖଣି ଭିତରକୁ ଯିବାପାଇଁ ଯେଉଁ ପ୍ରୟାସ କରିଥିଲେ ସେଥିରେ ସଫଳତା ମିଳିନାହିଁ। ଘଟଣା ସ୍ଥଳରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍ ଦ୍ବାରା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଏବେ ବି ଭିତରକୁ ପଶିବା ପାଇଁ ଆହୁରି ଅଧିକ ସମୟ ଲାଗିବ ବୋଲି ଉଦ୍ଧାରକାରୀ ଟିମ୍ର ସଦସ୍ୟମାନେ କହିଛନ୍ତି। ମୁଗୁରମାରୀ ଗ୍ରାମର ସୋହର ଅଲ୍ଲିଙ୍କ ପୁଅ, ଭାଇ ଏବଂ ଜାମାତା ଏହି ଖଣି ଭିତରେ ଫଶି ରହିଛନ୍ତି। ଅଲ୍ଲି କହିଛନ୍ତି, ସେମାନେ ଆଉ ଜୀବିତ ଫେରିବା ଆଶା ଆମର ନାହିଁ। ଯଦି ଅନ୍ତିମ ସଂସ୍କାର ପାଇଁ ଶବ ମିଳିଯିବ ତାହେଲେ ଏହା ଆମପାଇଁ ବହୁତ ବଡ଼ କଥା ହେବ। ମାସକୁ ୨୦୦୦ ଟଙ୍କା ଦରମାରେ ଶ୍ରମିକମାନେ ଏହି ଖଣିରେ କାର୍ଯ୍ୟ କରୁଥିଲେ। ପୁଲିସ ଏହି ବେଆଇନ ଖଣିର ମାଲିକଙ୍କୁ ଗିରଫ କରିଛି। କୌଣସି ଶ୍ରମିକଙ୍କ ପାଖରେ ନିରାପତ୍ତା ଉପକରଣ ନଥିଲା ଏବଂ ୨୨ ଜଣ ଶ୍ରମିକ ଜୀବନକୁ ବାଜି ଲଗାଇ ଖଣିରେ କାମ କରୁଥିଲେ। ନଦୀପାଣି ଖଣିରେ ଭର୍ତ୍ତି ହେବା ପରେ ୭ ଜଣ ପହଁରି ଆସିବାକୁ ସକ୍ଷମ ହୋଇଥିଲେ। ବେଆଇନ କୋଇଲା ଖଣିରେ ଡିସେମ୍ବର ୧୧ ତାରିଖ ଦିନ ଶ୍ରମିକମାନେ କାମ ଆରମ୍ଭ କରିଥିଲେ। ଏହାର ଦୁଇଦିନ ପରେ ଲିଟେନ୍ ନଦୀର ଜଳ ଖଣିରେ ପଶିବା ଆରମ୍ଭ କରିଥିଲା ଏବଂ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବାରୁ ଶ୍ରମିକମାନେ ବାହାରି ପାରିନଥିଲେ।
୧୭ ଦିନ ବିତିଲା: ଖଣିରେ ପଶି ପାରୁନାହାନ୍ତି ନୌସେନା ବୁଡ଼ାଳି
/sambad/media/post_attachments/wp-content/uploads/2018/12/meghalay_3872390_835x547-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)