ଚଣ୍ଡିଗଡ଼ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ମେଣ୍ଟ ପାଇଁ ମନା କରିବା ପରେ  ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କଂଗ୍ରେସ ସହ ମେଣ୍ଟ ପାଇଁ ମନା କରିଦେଇଛି । ଆପ୍ ସ୍ପଷ୍ଟ କରିଛି ଯେ ଦଳ ପଞ୍ଜାବରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ।

Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗବନ୍ତ ମାନ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ସହିତ ଆମର କିଛି ନାହିଁ। ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରାୟ ୪୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଦଳ ୧୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ପାଇଁ ସର୍ଭେ କରୁଛି।

ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ସମ୍ପର୍କରେ ଭଗବନ୍ତ ମାନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ମଧ୍ୟ ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ବି ପ୍ରାର୍ଥୀ ଦେବ ।

ତେବେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି ବୋଲି ଆପ୍ କହିଛି। ଏପର୍ଯ୍ୟନ୍ତ ଏଠାରେ ୭ଟି ଆସନ ପାଇଁ ଫର୍ମୁଲା ପ୍ରସ୍ତୁତ ହୋଇନଥିବା ବେଳେ ଆସନ ବଣ୍ଟନ ନେଇ କଂଗ୍ରେସର ଜାତୀୟ ମେଣ୍ଟ କମିଟି ଓ ଆପ୍ ନେତାଙ୍କ ମଧ୍ୟରେ ବୈଠକ ବସିଛି। ଏହି ସମୟରେ ଉଭୟ ଦଳ ବିଜେପି ବିରୋଧରେ ଏକଜୁଟତା ଦୋହରାଇଛନ୍ତି।