ମିଳିଲାନି ଅମ୍ବୁଲାନ୍ସ, ଗର୍ଭବତୀଙ୍କୁ ବାଇକ୍‌ରେ ବୋହି ହସ୍ପିଟାଲ୍‌ ନେଲେ ପରିବାର ଲୋକ

ରାଞ୍ଚି: ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହସ୍ପିଟାଲ୍‌କୁ ଯିବା ପାଇଁ ଯାନବାହନର ସୁବ୍ୟବସ୍ଥା ନ ଥିବାରୁ ଜଣେ ଗର୍ଗବତୀ ମହିଳାଙ୍କୁ ରକ୍ତସ୍ରାବ ଅବସ୍ଥାରେ ବାଇକ୍‌ ଯୋଗେ ହସ୍ପିଟାଲ୍‌କୁ ନିଆ ଯିବା ଘଟଣା ସମଗ୍ର ଅଞ୍ଚଳ ପାଇଁ ଲଜ୍ଜା ପାଲଟିଛି। ୩୦ ବର୍ଷୀୟା ଗର୍ଭବତୀ ମହିଳା ଶାନ୍ତିଦେବୀଙ୍କ ପରିବାର ଲୋକେ ତାଙ୍କୁ ବାଇକ୍‌ରେ ୧୦ କିଲୋମିଟର ବୋହି ନେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଆମ୍ବୁଲାନ୍ସ ନ ମିଳିବା କାରଣରୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଶାନ୍ତି ଦେବୀଙ୍କୁ ପ୍ରଥମେ ତାଙ୍କ ପରିବାର ଲୋକେ ବାଇକ୍‌ରେ ନେଇ ଚନ୍ଦଓ୍ଵା କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି)ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଟେହର ସଦାର ହସ୍ପିଟାଲ୍‌କୁ ନେବା ପାଇଁ ସିଏଚ୍‌ସି ପକ୍ଷରୁ କୁହାଯିବା ପରେ ପରିବାର ଲୋକ ଶାନ୍ତିଦେବୀଙ୍କୁ ନେଇ ସେଠାରେ ଭର୍ତ୍ତି କରିଥିଲେ। ୨୭ କିଲୋମିଟର ଯାତ୍ରୀ କରି ଶାନ୍ତିଦେବୀ ଲାଟେହର ସଦାର ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିବା ହେତୁ ଶେଷରେ ତାଙ୍କୁ ରାଞ୍ଚିର ରଜେନ୍ଦ୍ର ଇନ୍‌ଷ୍ଟିଟିଉଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଆର୍‌ଆଇଏମ୍‌ଏସ୍‌)ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର