ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବଡ ଖବର ଆସୁଛି। ଆମ୍ ଆଦମୀ ପାର୍ଟି (ଆପ୍) ସୋମବାର ୨୦ଟି ସିଟ୍ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ହରିୟାଣାରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ।

Advertisment

ଆପ୍ କହିଛି ଯେ ଉଭୟ ଦଳ ସିଟ୍ ବଣ୍ଟନ ଉପରେ ସହମତ ହୋଇପାରିବେ ନାହିଁ। ସୂଚନାନୁସାରେ, ଆପ୍ ୧୦ଟି ସିଟ୍ ଦାବି କରୁଥିବାବେଳେ କଂଗ୍ରେସ ଏହାକୁ ମାତ୍ର ସାତୋଟି ସିଟ୍ ଦେବାକୁ ପ୍ରସ୍ତୁତ ଥିଲା।

ଏହାପୂର୍ବରୁ ସୋମବାର ଦିନ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇପାରେ ବୋଲି ଖବର ଆସିଥିଲା। ଗଣମାଧ୍ୟମ ପିଟିଆଇ ଅନୁସାରେ ସୂଚନା ପ୍ରଦାନ କରାଯାଇଥିଲା କଂଗ୍ରେସ ନେତା ଦୀପକ ବାବରିଆ ଏବଂ ଆପ୍ ନେତା ରାଘବ ଚଢ଼ାଙ୍କ ମଧ୍ୟରେ ଆଲୋଚନା ଏକ ସକାରାତ୍ମକ ଦିଗରେ ଗତି କରୁଛି।

ଅଧିକ ପଢ଼ନ୍ତୁ:ମଙ୍ଗଳବାର ନୂଆ ରିପୋର୍ଟ ଦାଖଲ କର: ସିବିଆଇକୁ କହିଲେ ସୁପ୍ରିମ୍‌କୋର୍ଟ

ସେପ୍ଟେମ୍ବର ୯ ସୁଦ୍ଧା ଏହି ମେଣ୍ଟ ଚୂଡାନ୍ତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ରାଜ୍ୟର ପାଞ୍ଚଟି ଆସନରେ ନିର୍ବାଚନ ଲଢ଼ିବାକୁ ଆପ୍ ରାଜି ହୋଇଛି ବୋଲି ଖବର ଆସିଥିଲା। ତେବେ ଶେଷରେ ଦୁଇ ଦଳ ସିଟ୍ ବଣ୍ଟାକୁ ନେଇ ସହମତି ହୋଇ ନ ଥିବା କୁହାଯାଉଛି।

ଆପ୍ ୧୧ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଦେଇଛି। ରୋହିତକରୁ ବିଜେନ୍ଦ୍ର ହୁଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଗୁରୁପାଲ ସିଂ ନାରାୟଣଗଡରୁ ପ୍ରାର୍ଥୀ ହୋଇଛନ୍ତି। 

ଦଳ ଅନୁରାଗ ଢଣ୍ଡାଙ୍କୁ କାଲାୟତରୁ ପ୍ରାର୍ଥୀ କରିଛି। ଜୟପାଲ ଶର୍ମାଙ୍କୁ ଘରୌଣ୍ଡା ଏବଂ ଆସନ୍ଦରୁ ଅମନଦୀପ ଜୁଣ୍ଡଲାଙ୍କୁ ଟିକଟ ଦିଆଯାଇଛି। ସମଲଖାରୁ ବିଟୁ ପେହଲୱାନ, ଉଚାନା କାଲାନରୁ ପୱନ ଫୌଜି ଏବଂ ଡାବୱାଲିର କୁଲଦୀପ ଗଦରାନାଙ୍କୁ ଟିକଟ ଦିଆଯାଇଛି। ରାନିଆର ହ୍ୟାପି ରାଣିଆ, ଭବାନୀରୁ ଇନ୍ଦୁ ଶର୍ମା, ମହମରୁ ବିକାଶ ନେହେରା, ବାହାଦୂରଗଡର କୁଲଦୀପ ଚିକାରା, ବାଦଲିର ରଣବୀର ଗୁଲିଆ ଏବଂ ବେରୀରୁ ସୋନୁ ଅହଲାୱତ ଶେରିଆ ପ୍ରାର୍ଥୀ ହୋଇଛନ୍ତି।

ଏହା ବ୍ୟତୀତ ମହେନ୍ଦ୍ରଗଡରୁ ମନୀଷ ଯାଦବ, ନାରନୌଲରୁ ରବିନ୍ଦ୍ର ମଟରୁ, ବାଦଶାହପୁରରୁ ବୀର ସିଂ ସରପଞ୍ଚ, ସୋହାନାରୁ ଧର୍ମେନ୍ଦ୍ର ଖଟାନା ଏବଂ ବାଲଭଗଡ଼ରୁ ରବିନ୍ଦର ଫୈଜଦାରଙ୍କୁ ଟିକଟ ଦିଆଯାଇଛି। 

ଅଧିକ ପଢ଼ନ୍ତୁ:ଭାରତ-ପାକିସ୍ଥାନ ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ୨ ଆତଙ୍କବାଦୀ ନିହତ