ମଧ୍ୟପ୍ରଦେଶରେ ଏସ୍‌ସିଏସ୍‌ଟି ଆକ୍ଟ ଅଧିନରେ ବିନା ତଦନ୍ତରେ ଗିରଫଦାରୀ ହେବ ନାହିଁ

ଭୋପାଳ: କେନ୍ଦ୍ର ସରକାର ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନରେ ସଂଶୋଧନ ଆଣିବା ପରେ ତାହାର ଯେପରି ଅପବ୍ୟବହାର ନ ହୁଏ ସେଥିଲାଗି ମଧ୍ୟପ୍ରଦେଶ ସରକାର ଏକ ଅଧ୍ୟାଦେଶ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ କହିଛନ୍ତି।

ମଧ୍ୟପ୍ରଦେଶରେ ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନର ଅପବ୍ୟବହାରକୁ ଅନୁମତି ଦିଆଯିବ ନାହିଁ। କୌଣସି ଅଭିଯୋଗ ଆସିଲେ ତା’ର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଯାଇ ମାମଲା ରୁଜୁ ହେବ। ଏହି ମର୍ମରେ ଖୁବ୍‌ ଶୀଘ୍ର ସରକାର ଏକ ଅଧ୍ୟାଦେଶ ଆଣିବେ ବୋଲି ଚୌହାନ୍‌ କହିଛନ୍ତି।

www.voxspace.in

ପାର୍ଲାମେଣ୍ଟରେ ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନ ସଂଶୋଧନ ବିଲ୍‌ ପାରିତ ହେବା ପରେ ଏହା ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ।

ଗତ ସେପ୍ଟେମ୍ବର ୬ ତାରିଖରେ ଉଚ୍ଚଜାତିର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ୩୫ଟି ସଂଗଠନ ଏକାଠି ହୋଇ ସଂଶୋଧିତ ଏସ୍‌ସିଏସ୍‌ଟି ଆକ୍ଟ ବିରୋଧରେ ଭାରତ ବନ୍ଦର ଆହ୍ଵାନ୍‌ କରିଥିଲେ। ଅଭିଯୋଗ ହେବା ମାତ୍ରେ ଏସ୍‌ସିଏସ୍‌ଟି ଆକ୍ଟ ଅଧିନରେ ଜଣଙ୍କୁ ଗିରଫ କରି ନିଆଯିବା ଧାରା ବିରୋଧରେ ସେମାନେ ପ୍ରଦର୍ଶନ କରିଥିଲେ।

ମଧ୍ୟପ୍ରଦେଶରେ ଉଚ୍ଚଜାତି ଭିତରେ ସଂଶୋଧିତ ଏସ୍‌ସିଏସ୍‌ଟି ଆକ୍ଟ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ଶିବରାଜ ସିଂ ଚୌହାନ୍‌ ନେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର