ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ନିଜର ରୋକ୍ ଜାରି ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଏକ ବଡ ରାୟ ଦେଇଛନ୍ତି ଏବଂ କେଜ୍ରିୱାଲଙ୍କ ଜାମିନ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି । ଏହି ନିଷ୍ପତ୍ତି ପରେ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ କଟକଣା ଜାରି ରହିବ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ତଳ କୋର୍ଟରେ କେଜ୍ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା, ଯାହାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନିଷେଧାଦେଶ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ସୁଧୀର କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ଜୁନ୍ ୨୦ରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିବା ପରେ ଇଡି ଜାମିନ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପିଟିସନ୍ ଦାଖଲ କରି ଜାମିନ ରଦ୍ଦ କରିବାକୁ ଆବେଦନ କରିଥିଲା। ଜୁନ୍ ୨୧ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରି ରାୟ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର