୬୫ ବର୍ଷ ହେଲା ଗାଧୋଇନାହାନ୍ତି, ଗାଧୋଇଲେ ଆୟୁଷ କମିଯିବ ଭାବନ୍ତି ଏହି ବ୍ୟକ୍ତି

ତେହେରାନ: ଦୁନିଆରେ ଅନେକ ଅଜବ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ଅଦ୍ଭୁତ ଅଭ୍ୟାସ ବି ଅଛି | ଏହିପରି ଅଭ୍ୟାସ ସେମାନଙ୍କର ଭୟ କିମ୍ବା ଅନ୍ୟାନ୍ୟ କାରଣରୁ ହୋଇଥାଏ | ଇରାନ ରେ ରହୁଥିବା ଆମୋ ହାଜି(୮୩ ବର୍ଷ) ଏମିତି ଜଣେ ବ୍ୟକ୍ତି ୬୫ ବର୍ଷରୁ ଅଧିକ ସମୟ ଧରି ଗାଧୋଇନାହାନ୍ତି |ଆମୋଙ୍କ କହିବାନୁସାରେ, ସେ ପାଣିକୁ ଭୟ କରନ୍ତି, ତେଣୁ ସେ ୬ ଦଶନ୍ଧି ଧରି ସ୍ନାନ କରିନାହାଁନ୍ତି | ଆମୋ ବିଶ୍ୱାସ କରନ୍ତି ଯେ ଯଦି ସେ ସ୍ନାନ କରିବେ, ତେବେ ସେ ଅସୁସ୍ଥ ହୋଇଯିବେ ଏବଂ ସେଥିପାଇଁ ସେ ୬୫ ବର୍ଷ ଧରି ସ୍ନାନ କରିନାହାଁନ୍ତି |

ଆମୋ ହାଜି ଇରାନର ମରୁଭୂମିରେ ଏକାକୀ ରୁହନ୍ତି। ଆମୋଙ୍କର ନିଜସ୍ୱ ଘର ମଧ୍ୟ ନାହିଁ | ତେଣୁ ସେ ଗାଁ ବାହାରେ ମରୁଭୂମିରେ ଏକ ଗୁମ୍ଫାରେ ରୁହନ୍ତି | ଗାଧୋଇବା ବ୍ୟତୀତ ଆଉ ଏକ କାରଣ ଅଛି ଯାହା ଆମୋଙ୍କ ଅଜବ ଅଭ୍ୟାସକୁ ପ୍ରମାଣିତ କରିଥାଏ |

ସେ ତାଜା ଖାଦ୍ୟ ଖାଇବା ପରିବର୍ତ୍ତେ ପଚାସଢ଼ା ମାଂସ ଖାଇବାକୁ ପସନ୍ଦ କରନ୍ତି | ଆମୋ ଘରେ ତିଆରି ଖାଦ୍ୟ ମଧ୍ୟ ପସନ୍ଦ କରନ୍ତି ନାହିଁ | ଆମୋ ସିଗାରେଟ୍ ଟାଣିବାକୁ ଭଲ ପାଆନ୍ତି | ଗ୍ରାମବାସୀ ଦେଇଥିବା ସିଗାରେଟ୍ ସରିଯିବା ପରେ ମଧ୍ୟ ସେ ତମାଖୁ ବଦଳରେ ପଶୁମାନଙ୍କର ଶୁଖିଲା ଗୋବରକୁ ଧୂମପାନ ଭାବେ ନିଅନ୍ତି |

ସମ୍ବନ୍ଧିତ ଖବର