ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବେ ମୋଦି ଓ ଇମ୍ରାନ, କିନ୍ତୁ ଭେଟିବେ ନାହିଁ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କିଛି ମାସ ଧରି କହିଆସୁଛି ଯେ ନରେନ୍ଦ୍ର ମୋଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପାକିସ୍ତାନ ସହ ଶତ୍ରୁତା ଆଚରଣ କରୁଛନ୍ତି । ନିର୍ବାଚନ ପରେ ସ୍ଥିତି ସୁଧୁରିଯିବ । କିନ୍ତୁ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ମୋଦି ପାକିସ୍ତାନ ପ୍ରତି ନିଜର କଠୋର ମନୋଭାବକୁ ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି । ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକି ନଥିଲେ ।

ଏବେ କିରଗୀଜସ୍ଥାନଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମଧ୍ୟ ଇମ୍ରାନ ଓ ମୋଦିଙ୍କ ମଧ୍ୟରେ କୌଣସି ସାକ୍ଷାତ ରଖାଯାଇନାହିଁ । ଆସନ୍ତା ୧୩ ଓ ୧୪ ତାରିଖରେ କିରଗିଜସ୍ଥାନର ରାଜଧାନୀ ବିଶେକଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଉଭୟ ମୋଦି ଓ ଇମ୍ରାନ ଯୋଗ ଦେବେ । କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ମିଟିଂ ରଖାଯାଇନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ।

ସମ୍ବନ୍ଧିତ ଖବର