ନୂଆଦିଲ୍ଲୀ: ଗୋଟାଏ ପରିବାରରୁ ୧୧ ଜଣଙ୍କ ପ୍ରାଣ ଯିବା ଘଟଣାକୁ ଇତି ମଧ୍ୟରେ ୧୦ ଦିନ ବିତିଗଲାଣି ମାତ୍ର ଦିଲ୍ଲୀ ପୁଲିସ୍ ଏଯାବତ୍ ପ୍ରକୃତ ଘଟଣାର ଟେର୍ ପାଇନାହିଁ। ପୁଲିସ୍ ଆଶା ରଖିଛି ଯେ ସେମାନଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା କଥାର ସତ୍ୟତା ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ହୁଏତ ପଦାକୁ ଆସିବ।
ତଦନ୍ତକାରୀ ଖୁଲାସା କରିଛନ୍ତି ଯେ ‘ପରିବାରର ଜଣେ ଲୋକ, ୫୦ ବର୍ଷିଅ ଭବନେଶ ଭାଟିଆ ଶେଷ ମୂହୁର୍ତ୍ତରେ ନିଜକୁ ବଞ୍ଚାଇବାର ଉଦ୍ୟମ କରିିଥିଲେ’। ଫରେନ୍ସିକ୍ ଯାଞ୍ଚ୍ ପରେ ଏହି ତଥ୍ୟା ସାମ୍ନାକୁ ଆସିଛି।
ଲଲିତ୍ ଲେଖିଥିବା ନୋଟ୍ ଅନୁଯାୟୀ, ସେମାନେ ଏକ ଅଦ୍ଭୂତ ଧାର୍ମିକ ଭାବନାର ଶିକାର ହୋଇଥିଲେ। ବାସ୍ତବରେ ସେମାନେ ସୁସ୍ଥ କିମ୍ବା ମାନସିକ ଭାବେ ଅସୁସ୍ଥ ଥିଲେ ଜାଣିବା ପାଇଁ ପୁଲିସ୍ ୧୧ ଜଣ ସଦସ୍ୟଙ୍କର ସାଇକୋଲିକାଲ୍ ଅଟୋପ୍ସି କରିବ।
ଯାହାବି ହେଉ, ଏହି ତଦନ୍ତ ମଧ୍ୟରେ କୌଣସି ବାହାର ଲୋକଙ୍କ ସଂପୃକ୍ତି ଥିବା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମାତ୍ର କୌଣସି ତାନ୍ତ୍ରିକର ମନ୍ଦ ବୁଦ୍ଧିରେ ଆସି ସେମାନେ ଏପରି କରିଥିବା ସନ୍ଦେହ କରାଯାଉଥିଲା।
/sambad/media/post_attachments/wp-content/uploads/2018/07/burari_mass_suicide_1531113754_725x725-300x199.jpg)
ପୁଲିସ୍ ତାନ୍ତ୍ରିକ ଗୀତା ମାଆକୁ ୨ ଘଣ୍ଟା ଧରି ଏ ବିଷୟରେ ପଚରାଉଚରା କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଲଲିତ୍ ନିକଟରେ ଏହି ତାନ୍ତ୍ରିକ ଗୀତାଙ୍କୁ ଭେଟିଥିଲେ ଏବଂ ଜୁଲାଇ ୧୦ରେ ପୁଣି ଥରେ ଭେଟିବାକୁ ଆସିବେ ବୋଲି କହି ଫେରିଥିଲେ।
ଗୀତା କହିଛନ୍ତି କି ସେ ଏହି ଗଣମୃତ୍ୟୁ ସଂପର୍କରେ କିଛି ବି ଜାଣନ୍ତି ନାହିଁ। ଏପରିକି ଜୁଲାଇ ୧ରେ ଏହି ବର୍ବର କାଣ୍ଡ ଘଟିବା ପେରେ ପୁଲିସ୍ ପରିବାର ଲୋକଙ୍କର ଯେଉଁ ଫୋନ୍ ଜବତ କରିଥିଲା ସେଥିରେ ମଧ୍ୟ ଗୀତାଙ୍କର ଗୋଟାଏ ହେେଏ ବି ମେସେଜ୍ ନଥିଲା।
ଏହି ଘଟଣାକୁ କେତେକ ସଂପର୍କୀୟ ହତ୍ୟା ବୋଲି ଦାବି କରିବା ପରେ ପୁଲିସ୍ ତତନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/burari_mass_suicide_1531113692_725x725.jpg)