ରାକ୍ଷୀପୂର୍ଣ୍ଣିମା ପାଇଁ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ଭାଇ ପାଖକୁ ଯିବା ପାଇଁ ବସଭଡା ଛାଡ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାକ୍ଷୀପୂର୍ଣ୍ଣିମା ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଘୋଷଣା କରିଛନ୍ତି | ରାଜ୍ୟର ସମସ୍ତ ଭଉଣୀଙ୍କ ପାଇଁ ଏହି ବିଶେଷ ସୁବିଧାର ବ୍ୟବସ୍ଥା କରାଯାଇଛି | ଏହା ଅନୁସାରେ ନିଜ ଭାଇ ପାଖକୁ ଯାଇ ରାକ୍ଷୀ ବାନ୍ଧି ଭଉଣୀ ଆସିପାରିବେ | ଏଥିପାଇଁ କୌଣସି ବସ ଭଡା ଦେବାକୁ ପଡିବ ନାହିଁ | ଯୋଗୀ ଘୋଷଣା କରି କହିଛନ୍ତି ଯେ ରକ୍ଷାବନ୍ଧନ ଏକ ପବିତ୍ର ଉତ୍ସବ ହୋଇଥିବାବେଳେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ପକ୍ଷରୁ ସମସ୍ତ ଭଉଣୀଙ୍କ ଯାତ୍ରା ଖର୍ଚ୍ଚକୁ ଛାଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

zeenews.india.com

ଭଉଣୀମାନେ ନିଜ ଭାଇଙ୍କ ପାଖକୁ ଯାଇ ରାକ୍ଷୀ ବାନ୍ଧି ଆସିପାରିବେ | ମୁକ୍ତ ଯାତ୍ରା ସୁବିଧା ଆଜି ରାତିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ରାତି ଯାଏଁ ଲାଗୁ ହେବ | ତେବେ କେବଳ ଭଡା ଛାଡ କରାଯିବ ନାହିଁ ବରଂ ଭଉଣୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଯୋଗୀ କହିଛନ୍ତି | ଯୋଗୀ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ଭଉଣୀଙ୍କ ପାଇଁ ଏହା ଏକ ଉପହାର |

ପାଶ୍ଚତ୍ୟ ସଂସ୍କୃତି ଯେଭଳି ଭାବେ ସମସ୍ତଙ୍କୁ ଗ୍ରାସ କରିଛି ରକ୍ଷାବନ୍ଧନ ପର୍ବ ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଯୋଗୀ କହିଛନ୍ତି |

ସମ୍ବନ୍ଧିତ ଖବର