ସ୍ଥଗିତ ରହିଲା କର୍ଣ୍ଣାଟକର ୧୫ ବିଧାନସଭା ଆସନ ଲାଗି ଉପନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୨୧ରେ ହରିୟାନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟରେ ଖାଲିପଡିଥିବା ୬୩ଟି ଆସନରେ ଉପନିର୍ବାଚନ ହେବ । ଏହା ମଧ୍ୟରୁ କର୍ଣ୍ଣାଟକର ୧୫ଟି ଆସନ ଥିଲା । ତେବେ ଏହି ଆସନଗୁଡ଼ିକ ପାଇଁ ଉପ-ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗ ରାଜି ହୋଇଛି । ଏ ନେଇ ଆୟୋଗ  ସୁପ୍ରିମକୋର୍ଟଙ୍କୁ ଜଣାଇଛି ।

କର୍ଣ୍ଣାଟକ ବିଧାନସଭାର ୧୭ ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରିଏହି ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ୨ଟି ଆସନକୁ ଛାଡିଦେଲେ ଅନ୍ୟ ୧୫ଟି ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘେଷଣା କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ ଥିବାରୁ ନିର୍ବାଚନ ଆୟୋଗ ୧୫ଟି ଆସନ ପାଇଁ ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ । କାରଣ ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ ଓ ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ ।

ସମ୍ବନ୍ଧିତ ଖବର