ଘର ଲୋକ ଫୋନ କରୁ ନଥିବାରୁ ଡାକ୍ତରଖାନାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କୋଭିଡ-୧୯ ରୋଗୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ଜଣେ କୋଭିଡ-୧୯ ରୋଗୀ ଆତ୍ମହତ୍ୟା କରିଛନ୍ତି | ମୃତକଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଆତ୍ମହତ୍ୟା ପୂର୍ବରୁ, ‘ମୋତେ ଆଉ ଏକ ଇଡଲି ଦରକାର ମୋତେ ଭୋକ ଲାଗୁଛି’ ବୋଲି କହିଥିଲେ | ଏହା ତାଙ୍କର ଶେଷ କଥା ଥିଲା | ସୋମବାର ସହରର ଭିକ୍ଟୋରିଆ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବ୍ୟକ୍ତି ଦକ୍ଷିଣ ବେଙ୍ଗାଲୁରୁର ତିଲକନଗର ଅଞ୍ଚଳର ଜଣେ ଅଟୋରିକ୍ସା ଡ୍ରାଇଭର ।

ମିଳିଥିବା ସୂଚନା ମୁତାବକ, ପୀଡିତ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ଜଳଖିଆରେ ଗୋଟେ ଅଧିକ ଇଡଲି ମାଗିବା ଘଟଣା ନର୍ସିଂ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ନିଜ ଇଚ୍ଛା ବିଷୟରେ ନର୍ସିଂ କର୍ମଚାରୀଙ୍କୁ ଜଣାଇବା ପରେ ସେ ସପ୍ତମ ମହଲାରେ ଥିବା ଇଣ୍ଟେନ୍ସିଭ୍ କେୟାର ୟୁନିଟରୁ ବାହାରକୁ ଯାଇ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ | ଜୋରଦାର ଶବ୍ଦ ଶୁଣି ଡାକ୍ତରଖାନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

Coronavirus in India Live updates: Confirmed COVID-19 cases rise ...
Business Today

ମୃତ ରୋଗୀ ଏପ୍ରିଲ ୨୪ରେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏପ୍ରିଲ ୨୬ରେ ଜଣେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ମହିଳା ରୋଗୀଙ୍କ ମୃତ୍ୟୁ ପରେ ଅଟୋରିକ୍ସା ଡ୍ରାଇଭରଜଣଙ୍କ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ଉଭୟ ଅଟୋରିକ୍ସା ଡ୍ରାଇଭର ଏବଂ ମହିଳା ସମାନ ଦିନରେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ଏବଂ ଦୁହେଁ ଶ୍ୱାସକ୍ରିୟା ସଂକ୍ରମଣ ଏବଂ ନିମୋନିଆରେ ପୀଡିତ ଥିଲେ।

ଡାକ୍ତରଖାନା କର୍ମଚାରୀଙ୍କ କହିବାନୁସାରେ, ମହିଳାଙ୍କ ଅବସ୍ଥା ଖରାପ ହେବା ପରେ ଅଟୋରିକ୍ସା ଡ୍ରାଇଭର ବିବ୍ରତ ହେବା ଆରମ୍ଭ କରିଥିଲେ । ଏହା ସହ ପରିବାରରୁ କେହି ଫୋନ କରୁ ନଥିବାରୁ ସେ ଚିନ୍ତିତ ହୋଇପଡିଥିଲେ | ତାଙ୍କ ପରିବାରରୁ କେହି ତାଙ୍କୁ ଫୋନ କରିଛନ୍ତି କି ନାହିଁ ବୋଲି ସେ ପ୍ରତିଦିନ ଆମକୁ ପଚାରୁଥିଲେ। ତେବେ ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି |

ସମ୍ବନ୍ଧିତ ଖବର