ବାତିଲ ହୋଇଥିବା ୧୫୫ ଟ୍ରେନ୍‌ ପାଇଁ ଟିକେଟ୍‌ କ୍ୟାନ୍‌ସଲେସନ୍‌ ଫି’ ପଡ଼ିବ ନାହିଁ; ଯାତ୍ରୀମାନେ ୧୦୦% ଫେରସ୍ତ ପାଇବେ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଯାତ୍ରୀସଂଖ୍ୟା ହ୍ରାସ ପାଇବା କାରଣରୁ ବାତିଲ ହୋଇଥିବା ୧୫୫ଟି ଟ୍ରେନ୍‌ ପାଇଁ ଟିକେଟ୍‌ କ୍ୟାନ୍‌ସଲେସନ୍‌ ଫି’ ପଡ଼ିବ ନାହିଁ। ଯାତ୍ରୀମାନେ ଟିକେଟ୍‌ ବାବଦରେ ଦେଇଥିବା ଶତପ୍ରତିଶତ ଅର୍ଥ ଫେରସ୍ତ ପାଇବେ ବୋଲି ଗୁରୁବାର ଦିନ ଭାରତୀୟ ରେଳବାଇ କହିଛି।

ଆଜି ସକାଳେ ମଧ୍ୟ ଭାରତୀୟ ରେଳବାଇ ୮୪ଟି ଟ୍ରେନ୍‌ ବାତିଲ କରିଛି। ସ୍ୱଳ୍ପସଂଖ୍ୟକ ଯାତ୍ରୀ ହେଉଥିବାରୁ ବାତିଲ ହୋଇଥିବା ଏହି ଟ୍ରେନ୍‌ଗୁଡ଼ିକ ମାର୍ଚ ୨୦ ରୁ ମାର୍ଚ ୩୧ ତାରିଖ ମଧ୍ୟରେ ଚଳାଚଳ କରିବ ନାହିଁ। ଏହାକୁ ମିଶାଇ ବାତିଲ ହୋଇଥିବା ଟ୍ରେନ୍‌ ସଂଖ୍ୟା ୧୫୫ରେ ପହଞ୍ଚିଛି।

ରେଳ ଅଧିକାରୀମାନେ କହିଛନ୍ତି କି, ଗତ ରାତିରେ ଏହି ଟ୍ରେନ୍‌ଗୁଡ଼ିକୁ ଚିହ୍ନଟ କରାଯିବା ପରେ ବାତିଲ କରାଯାଇଛି। ସେଗୁଡ଼ିକ ମାର୍ଚ ୨୦ରୁ ମାର୍ଚ ୩୧ ଯାଏଁ ଚଳାଚଳ କରିବ ନାହିଁ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ‘କୋଭିଡ୍‌-୧୯’ (କରୋନାଭାଇରସ୍‌) ସଂକ୍ରମଣ ଯୋଗୁଁ ଗୋଟିଏ ସପ୍ତାହରେ ଭାରତୀୟ ରେଳବାଇର ପ୍ରାୟ ୪୫୪ କୋଟି ଟଙ୍କା କ୍ଷତି ହୋଇଛି।

ସମ୍ବନ୍ଧିତ ଖବର