୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଜନଗଣନା ସମ୍ଭାବନା କମ୍

ନୂଆଦିଲ୍ଲୀ : ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ। ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି ।

ତେବେ ଜନଗଣନା ଯେବେବି କରାଯିବ, ଲୋକମାନଙ୍କୁ ପ୍ରାୟ ୩୧ଟି ପ୍ରଶ୍ନ ପଚରା ଯିବ । ସେଗୁଡ଼ିକ ମଧ୍ୟରେ ରହିଛି  ସ୍ମାର୍ଟଫୋନ୍, ଇଣ୍ଟରନେଟ୍, ଲାପଟପ୍, କମ୍ପ୍ୟୁଟର, କାର୍, ଦୁଇ ଚକିଆ ଯାନ, ମୁଖ୍ୟ ବ୍ୟବହାରର ଖାଦ୍ୟଶସ୍ୟ ଭଳି ୩୧ଟି ପ୍ରଶ୍ନ ।

ଦେଶରେ ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା ।  ଗତ ୨୦୨୦ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)ର ଅପଡେଟ୍ ହେବାର ଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜନଗଣନା କାର୍ଯ୍ୟ ଏବେ ବି ଅଟକି ରହିଛି ଏବଂ ସରକାର ଏପର୍ଯ୍ୟନ୍ତ ଏ ସମ୍ପର୍କିତ କୌଣସି କାର୍ଯ୍ୟକ୍ରମ ଘୋଷଣା କରିନାହାଁନ୍ତି । ଜାନୁଆରୀମାସରେ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପ୍ରଶାସନିକ ସୀମା ସ୍ଥିର କରିବାର ତାରିଖ- ନୂଆ ଜିଲ୍ଲା ବା ଉପଜିଲ୍ଲା ସୃଷ୍ଟି ତାରିଖକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପଟେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବେ ନିର୍ବାଚନ କମିଶନ ।

 

 

ସମ୍ବନ୍ଧିତ ଖବର