ନାଳନ୍ଦା: ରାହୁଲ୍ ଗାନ୍ଧୀ ପୃଥିବୀରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ନାହିଁ, ବରଂ ସେ ସୂର୍ଯ୍ୟ କିଂବା ଚନ୍ଦ୍ରକୁ ଯାଇ ଚେଷ୍ଟା କରନ୍ତୁ ବୋଲି ଶୁକ୍ରବାର ଦିନ ‘ଇଣ୍ଡିଆ’ ମେଣ୍ଟ ଓ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।
ଏହାଛଡ଼ା, ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି ଯେ, ୨୦୨୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବେ।
ଶୁକ୍ରବାର ଦିନ ବିହାର ରାଜ୍ୟର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ରାଜଗିରସ୍ଥିତ ‘ନାଳନ୍ଦା ବିଶ୍ବବିଦ୍ୟାଳୟ’ରେ ଆୟୋଜିତ ‘ବୈଶାଳୀ ଉତ୍ସବ’ରେ ଅଂଶଗ୍ରହଣ କରି ସେ କହିଲେ, ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଚନ୍ଦ୍ରଯାନକୁ ବିଦ୍ରୂପ କରୁଥିଲେ। ଆଉ ଗୋଟାଏ ‘ଚନ୍ଦ୍ରଯାନ’ କରି ସେଥିରେ ‘ଇଣ୍ଡିଆ’ ମେଣ୍ଟର ନେତାମାନଙ୍କୁ ଚନ୍ଦ୍ରରେ ଛାଡ଼ି ଆସିବା ପାଇଁ ମୁଁ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଅନୁରୋଧ କରୁଛି।
ସେ ଆହୁରି ମଧ୍ୟ କହିଲେ, ପ୍ରଧାନମନ୍ତ୍ରୀ ହେବା ପାଇଁ ରାହୁଲ୍ ଗାନ୍ଧୀଙ୍କୁ ସୂର୍ଯ୍ୟ କି, ଚନ୍ଦ୍ର ଯାତ୍ରା କରିବାକୁ ପଡ଼ିବ। ଯଦି ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ତେବେ ମୁଁ ତାଙ୍କୁ ଚନ୍ଦ୍ରଯାନରେ ଚନ୍ଦ୍ରକୁ ପଠାଇ ଦେବି। ସେଠାରେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ।
‘ଇଣ୍ଡିଆ’ ମେଣ୍ଟ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ସେ କହିଲେ ଯେ, ମେଣ୍ଟରେ ସେ ପ୍ରଧାନମନ୍ତ୍ରୀ ହେବାର ଆଶା ନାହିଁ। ତାଙ୍କୁ ନିଃସଙ୍ଗ ବ୍ୟକ୍ତି ଭଳି ଅଲଗା କରିଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Rahul-Should-Got-To-Moon-or-Sun-To-Become-PM_Himant-Biswa-Sharma-Says_Thumbnail.jpg)