କଶ୍ମୀରରୁ କର୍ଫ୍ୟୁ ନ ହଟିବା ପର୍ଯ୍ୟନ୍ତ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନାର ପ୍ରଶ୍ନ ଉଠୁନାହିଁ : ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ

ଇସ୍‌ଲାମବାଦ୍‌: ଯେପର୍ଯ୍ୟନ୍ତ କଶ୍ମୀରରେ ଲାଗିଥିବା କର୍ଫ୍ୟୁ ଓ ଅନ୍ୟ ପ୍ରତିବନ୍ଧକ ନ ହଟିଛି ସେ ପର୍ଯ୍ୟନ୍ତ ଭାରତ-ପାକିସ୍ତାନର କୌଣସି ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ ବୋଲି ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ପଷ୍ଟ କରିଛନ୍ତି। ପାକିସ୍ତାନର ଏକ ଆଞ୍ଚଳିକ ଚ୍ୟାନେଲ୍‌ରେ ମତ ରଖି ଇମ୍ରାନ କହିଛନ୍ତି ଯେ କଶ୍ମୀରରୁ କର୍ଫ୍ୟୁ ନ ହଟିବା ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ କଥା ହେବାର କୌଣସି ସମ୍ଭାବନା ନାହିଁ।

ସେପ୍ଟେମ୍ବର ୫ ତାରିଖରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଇମ୍ରାନ। ଭାରତ ଏକତରଫା ନିଷ୍ପତ୍ତି ନେଇଛି ବୋଲି ଅଭିଯୋଗ ଆଣି ଏହି ମାମଲାରେ ଅନ୍ତର୍ଜାତୀୟ ସହାୟତା ନେବେ ବୋଲି ପୂର୍ବରୁ କହି ସାରିଛନ୍ତି।

Gulf News

ଯାହାବି ହେଉ,  କିନ୍ତୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସଂପୂର୍ଣ୍ଣ ସାମ୍ବିଧାନିକ ବିଧିବ୍ୟବସ୍ଥା  ଅନୁଯାୟୀ ହୋଇଛି। ଏ ନେଇ ଭାରତ ପୂର୍ବରୁ ଇସ୍‌ଲାମବାଦ୍‌ ଓ ଅର୍ନ୍ତଜାତୀୟ ମଞ୍ଚରେ କହିସାରିଛି ଯେ କଶ୍ମୀର ଏକ ଆଭ୍ୟନ୍ତରୀଣ ମାମଲା ଓ ଏଥିରେ ପାକିସ୍ତାନ ହସ୍ତକ୍ଷେପ କରିପାରିବ ନାହିଁ।

ଏଥିସହ ଭାରତ ପକ୍ଷରୁ କୁହାଯାଇଛି କି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀ ଆହୁରି ଉତ୍ତମ ଧରଣର ହୋଇପାରିବ। ତେବେ ଜମ୍ମୁ-କଶ୍ମୀର ପୁର୍ନଗଠନ ପରେ ପାକିସ୍ତାନ ନିୟମିତ ଭାବେ ଭାରତକୁ କିଛି ନା କିଛି କଥା ନେଇ ଆକ୍ରମଣ କରିଚାଲିଛି।

ସମ୍ବନ୍ଧିତ ଖବର