ଅରୁଣାଚଳ ପ୍ରଦେଶରେ ଚୀନର ଅନୁପ୍ରବେଶ ହୋଇନାହିଁ : ପେମା ଖାଣ୍ଡୁ

ଇଟାନଗର: ଅରୁଣାଚଳ ପ୍ରଦେଶରେ ଚୀନ୍ ନିର୍ମାଣ କାର୍ଯ୍ୟ କରୁଥିବା ଖବରକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ।
ସେ କହିଛନ୍ତି ଯେ ସେ ଏ ନେଇ ସୋସିଆଲ ମିଡିଆରେ କରାଯାଉଥିବା ଦାବିଗୁଡିକୁ ସେ ଦେଖିଛନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ଚୀନ ପକ୍ଷରୁ ନିଜ ଅଂଚଳରେ ନିର୍ମାଣ କାର୍ଯ୍ୟ କରାଯାଉଛି ।

“ସୋସିଆଲ ମିଡିଆରେ ଦେଖିଛି ଯେ ଚାଇନିଜମାନେ (ଭାରତୀୟ ପାର୍ଶ୍ୱ) ପ୍ରବେଶ କରିଛନ୍ତି ଏବଂ ପୁନର୍ବାର ନିର୍ମାଣ କରୁଛନ୍ତି। ମୋତେ ମିଳିଥିବା ରିପୋର୍ଟ ଅନୁଯାୟୀ ସେମାନେ ଏପରି କିଛି ନାହାଁନ୍ତି। ସେମାନଙ୍କ ସମସ୍ତ କାର୍ଯ୍ୟକଳାପ ନିଜ ନିଜ ଅଞ୍ଚଳରେ ଅଛି । ବିରୋଧୀଙ୍କ ଦାବି ଭୁଲ ଅଟେ। ମୁଁ ଦୃଢତାର ସହ କହୁଛି ଯେ କୌଣସି ଅନୁପ୍ରବେଶ ହୋଇନାହିଁ” ସେ କହିଛନ୍ତି ।

ସେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କର ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଉପରେ କୌଣସି ଜ୍ଞାନ ନାହିଁ ।
ନିକଟରେ ରାହୁଲ ଗାନ୍ଧି ଏକ ଟୁଇଟ କରି ଲେଖିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିନା ଲଢେଇରେ ଚୀନକୁ ପ୍ରାୟ ୧ ହଜାର ବର୍ଗ କିଲୋମିଟର ଅଂଚଳ ସମର୍ପି ଦେଇଛନ୍ତି ।

ଏହାପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଅରୁଣାଚଳ ପ୍ରଦେଶର ଅଞ୍ଜୱା ଜିଲ୍ଲାର ଲୋକମାନେ ଚାଗଲାଗାମର ହାଡିଗାରା-ଡେଲଟା ନିକଟରେ ଚାଇନାର ନିର୍ମାଣ କାର୍ଯ୍ୟ ଦେଖିବା ସହ ତାହାକୁ କ୍ୟାମେରାରେ ରେକର୍ଡ କରିଛନ୍ତି ।

ସମ୍ବନ୍ଧିତ ଖବର