ଦେଶରେ ଏ ପର୍ଯ୍ୟନ୍ତ ଗୋଷ୍ଠୀସଂକ୍ରମଣ ହୋଇନାହିଁ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା ଲାଗି ମନ୍ତ୍ରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଗୁରୁବାର ଦିନ କହିଛନ୍ତି ଯେ, ଦେଶରେ ଏଯାବତ୍ ଏହି ମାରାତ୍ମକ ଭୂତାଣୁର ଗୋଷ୍ଠୀସଂକ୍ରମଣ ହୋଇନାହିଁ।

ବୈଠକ ଶେଷ ହେବାପରେ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଲେ, ଆଜି ଆଲୋଚନା ସମୟରେ ପୁଣି ବିଶେଷଜ୍ଞମାନେ କହିଲେ ଯେ, ଭାରତରେ ଗୋଷ୍ଠୀସଂକ୍ରମଣ ହୋଇନାହିଁ। ଅଧିକ ସଂକ୍ରମଣ ଥିବା ଆଞ୍ଚଳିକ ପ୍ୟାକେଟ୍ ଥାଇପାରେ, କିନ୍ତୁ ସମଗ୍ର ଦେଶରେ ଗୋଷ୍ଠୀସଂକ୍ରମଣ ହୋଇନାହିଁ।

ପରିସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି ପୁଣି ଥରେ ଦୃଢ଼ତାର ସହ କହି ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଯେ, ଜନସାଧାରଣ କୋଭିଡ୍-୧୯ ପରିସ୍ଥିତିକୁ ଉପଯୁକ୍ତ ଦୃଷ୍ଟିଭଙ୍ଗୀରେ ଦେଖିବା ଆବଶ୍ୟକ। ଭାରତ ତୃତୀୟ ବୃହତ୍ କୋଭିଡ୍-୧୯ ପ୍ରଭାବିତ ଦେଶ ବୋଲି ଆମେ ଟିଭିରେ ଦେଖୁଛନ୍ତି। କିନ୍ତୁ, ଏହାକୁ ଠିକଣା ଦୃଷ୍ଟିଭଙ୍ଗୀରେ ଦେଖିବା ଉଚିତ; ଆମେ ବିଶ୍ବରେ ଦ୍ବିତୀୟ ବୃହତ୍ ଜନବହୁଳ ଦେଶ। ବିଶ୍ବରେ ପ୍ରତି ନିୟୁତ ଜନସଂଖ୍ୟାରେ ହାରାହାରି ୧, ୪୫୩ ସଂକ୍ରମଣ ହାର ଥିବା ବେଳେ ଆମ ଦେଶରେ ସଂକ୍ରମଣ ହାର ନିୟୁତପିଛା ୫୩୮।

ସମ୍ବନ୍ଧିତ ଖବର