ଥମୁନି ପଦ୍ମାବତୀ ବିବାଦ:ହଲ୍‌ରେ ନିଅାଁ ଲଗାଇବାକୁ ଧମକ

ନୂଆଦିଲ୍ଲୀ: ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀକୁ’ ନେଇ ବିବାଦ ଥମିବାର ନାଁ ନେଉନି କି କିଛି ସମାଧାନର ସୂତ୍ର ମଧ୍ୟ ବାହାରୁନି। ଫିଲ୍ମଟିକୁ ନେଇ ଦିନକୁ ଦିନ ରାଜନୈତିକ ବାକ୍‌ଯୁଦ୍ଧ ବଢ଼ିଚାଲିଥିବା ବେଳେ ଫିଲ୍ମ ବିରୋଧରେ ନୂଆ ନୂଆ ଧମକ ମଧ୍ୟ ମିଳିବାରେ ଆସିଛି। ତେବେ ସରକାର ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ(ସିବିଏଫ୍‌ସି) ଉପରେ ମାମଲାକୁ ଛାଡ଼ିଦେଇ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନନେବା ଚଳଚ୍ଚିତ୍ରପ୍ରେମୀଙ୍କୁ ବିସ୍ମିତ କରିଛି। ଅପରପକ୍ଷେ, ପଦ୍ମାବତୀର ନାୟିକା ଦୀପିକା ପାଦୁକୋନ୍‌ ଏବଂ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ମୁଣ୍ଡକାଟ ପାଇଁ ୧୦ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ହରିଆଣା ବିଜେପି ନେତା ସୁରଜ ପାଲ୍‌ ଅମୁ ଆଜି ପୁଣି ଏକ ସଦ୍ୟ ଧମକ ଦେଇଛନ୍ତି। କ୍ଷତ୍ରିୟ ଯୁବଗୋଷ୍ଠୀର ସିନେମା ହଲ୍‌ରେ ନିଅାଁ ଲଗାଇ ଦେବାର କ୍ଷମତା ରହିଛି। ସୁତରାଂ ଫିଲ୍ମ ରିଲିଜ୍‌ ହେଲେ ସିନେମା ହଲ୍‌ରେ ନିଅାଁ ଲଗାଇ ଦିଆଯିବ ବୋଲି ଅମୁ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର